
ନୟାଗଡ: କର୍ତ୍ତବ୍ୟରେ ଅବହେଳା ପାଇଁ ନୟାଗଡ଼ ବନପାଳ ଓ ମାଛିପଡ଼ା ବନରକ୍ଷୀଙ୍କୁ ନିଲମ୍ବିତ କରାଯାଇଛି ।ନୟାଗଡ଼ ବନାଞ୍ଚଳ ଅଧୀନ ନୟାଗଡ଼ ସେକ୍ସନ ଦାୟିତ୍ୱରେ ଥିବା ଶୁଭେନ୍ଦୁ ପ୍ରସାଦ ନାୟକ ଓ ମାଛିପଡ଼ା ବନରକ୍ଷୀ ରଶ୍ମିତା ବେହେରାଙ୍କୁ ନିଲମ୍ବନ କରିଛନ୍ତି ନୟାଗଡ଼ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରା ।ନୟାଗଡ଼ ବନାଞ୍ଚଳ ଅଧୀନ ବାରପଲ୍ଲାରେ ଥିବା ନର୍ସରୀରେ ଘାସ ଉଠିଥିବା ଚାରା ଗୁଡ଼ିକର ରକ୍ଷଣବେକ୍ଷଣ ସଠିକ ଭାବରେ ହେଉନଥିବାରୁ ଉଭୟଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।ଏହା ସହିତ ନୟାଗଡ଼ ବନଖଣ୍ଡ ଅଧିନସ୍ଥ ଅନେକ ବନପାଳଙ୍କୁ ଅଦଳ ବଦଳ କରାଯାଇଛି ।ଚିଠି ନମ୍ବର ୧୨୪ ଅନୁଯାୟୀ ଓଡ଼ଗାଁ ବନାଞ୍ଚଳ ଗୋଡ଼ିପଡା ସେକ୍ସନ ବନପାଳ ଏସ କେ ଲୋକମାନ ଅଲ୍ଲୀଙ୍କୁ ଡିଭିଜନ ଅଫିସକୁ ବଦଳି କରାଯାଇଛି, ସେହିପରି ଗଣିଆ ବନାଞ୍ଚଳ ମଧ୍ୟଖଣ୍ଡ ସେକ୍ସନ ବନପାଳ ସନ୍ତୋଷ କୁମାର ଦୋରାଙ୍କୁ ମହିପୁର ବନାଞ୍ଚଳ ଗୁମ୍ମିକୁ ବଦଳି କରାଯାଇଛି।
ଗୁମ୍ମିରେ କାର୍ଯ୍ୟରତ ପବିତ୍ର କୁମାର ପରିଡାଙ୍କୁ ମଧ୍ୟଖଣ୍ଡ ବଦଳି କରାଯାଇଛି।କଣ୍ଟିଲୋରେ କାର୍ଯ୍ୟରତ ବିଜୟ କୁମାର ପ୍ରଧାନଙ୍କୁ ଡିଭିଜନ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ମାହିତମା ସେକ୍ସନ ଦାୟିତ୍ଵ ସୁମନ୍ତ କୁମାର ପରିଡାଙ୍କୁ ଦାୟିତ୍ଵ ଦିଆଯାଇଥିବା ବେଳେ ମହିତମାରେ ଥିବା ମୀନକେତନ ନାୟକଙ୍କୁ ନୟାଗଡ଼ ସେକ୍ସନ ଦାୟିତ୍ଵ ଦିଆଯାଇଛି ।ସେହିପରି କଣ୍ଟ୍ରୋଲରୁମ୍ ଦାୟିତ୍ୱରେ ଥିବା ସନ୍ଧ୍ୟାରାଣି ନାୟକଙ୍କୁ ଖଣ୍ଡପଡ଼ା ବନାଞ୍ଚଳ ଶିଂଙ୍ଘିପଡ଼ା କୁ ବଦଳି କରାଯାଇଛି। ସିଂଙ୍ଘିପଡ଼ାରେ କାର୍ଯ୍ୟରତ ଜ୍ୟୋତିରଂଜନ ମଲ୍ଲିକଙ୍କୁ କଣ୍ଟିଲୋ ଦାୟିତ୍ଵ ଦିଆଯାଇଛି ।ଦଶପଲ୍ଲା ବନାଞ୍ଚଳରେ କାର୍ଯ୍ୟରତ କୈଳାସ ପ୍ରଧାନଙ୍କୁ ପଞ୍ଚିରିଡ଼ା ବନାଞ୍ଚଳ ଦାୟିତ୍ଵ ଦିଆଯାଇଛି।
