
ନୟାଗଡ଼,୨୬/୦୫ (ନିସର୍ତ୍ତ) : ତାଳକଣି ଗ୍ରାମରେ ଗ୍ରିଲ ତାଡି ଝରକା ଭାଙ୍ଗି ୭ ଲକ୍ଷ ଟଙ୍କାର ସୁନା ଗହଣା ଚୋରି ହୋଇ ଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ତାଳକଣି ଗ୍ରାମର ବିଭୂତି ଭୂଷଣ ଲେଙ୍କା (୩୨) ବର୍ଷ ପିତା ଧୂଳି ଲେଙ୍କା ଗତ କାଲି ସୋମବାର ଦିନ ନିଜ ଗାଡ଼ି ଖରାପ ହେବାରୁ ତାଙ୍କ ଦାଦାଙ୍କ ଘରେ ରହିଥିଲେ। ମଙ୍ଗଳ ବାର ଦିନ ସକାଳୁ ପଡିଶା ଘର ଲୋକେ ଘରର ଗ୍ରିଲ ତାଡି ଝରକା ଭଙ୍ଗା ଯାଇ ଥିବାର ଖବର ଜଣାଇ ଥିଲେ ।
ଖବର ପାଇ ଘରକୁ ଫେରିବା ବେଳକୁ ଘରର ପଛ ପଟ ଗ୍ରିଲ ତାଡି ଝରକା ଭଙ୍ଗା ଯାଇ ଥିବାର ଦେଖିବାକୁ ପାଇଥିଲେ । ଘରେ ଥିବା ଆଲମାରୀ ଖୋଲା ରହିଥିବା ବେଳେ ଜିନିଷ ପତ୍ର ଏଣେତେଣେ ପଡ଼ି ରହି ଥିଲା ଓ ସୁନାଗହଣା ଚୋରି ହୋଇ ଥିବା ଦେଖିବାକୁ ପାଇ ଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଚୋର ମାନେ ଘରେ ପଶି ନଗଦ ୨୦୦୦୦ ଟଙ୍କା ସୁନା ମୁଦି ୮ଟି , ୩ଟି ଲକେଟ,କନାର ଝରା, ଛୋଟ କାନର,ସୁନା ପଲା ୪ହଳ, ରୂପା ପାଉଁଜି ୫ ହଳ ଓ ଲକେଟ ଆଦି ସୁନା ଗହଣା ଚୋରି କରି ନେଇ ଯାଇ ଥିଲେ। ବିଭୂତି ବିଚଳିତ ନହୋଇ ସ୍ଥାନୀୟ ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଫାଣ୍ଡି ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଚଳାଇ ଥିଲେ। ଘଟଣାସ୍ଥଳରେ ସାଇଣ୍ଟଫିକ୍ ଟିମ୍ ଓ ଡଗ ସ୍ୱାଡ
ପହଁଚି ତଦନ୍ତ ଜାରି ରହିଛି । ଖୁବ ଶୀଘ୍ର ଚୋରକୁ ଧରିବା ପାଇଁ ସବୁ ଚେଷ୍ଟା ଜାରି ରଖିଛନ୍ତି ।
