ଆଜିଠୁ ଯୁକ୍ତ ୩ ନାମଲେଖା ଆବେଦନ, ଜୁଲାଇରୁ ପାଠପଢା

add-all

ଭୁବନେଶ୍ୱର : ନିକଟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଯୁକ୍ତ ୨ ପରୀକ୍ଷା ଫଳର ବାହାରିବା ପରେ ଯୁକ୍ତ ୩ ପାଇଁ ନାମଲେଖା ପ୍ରକ୍ରିୟା ଆଜିଠୁ ଆରମ୍ଭ ହେଉଛି । ଯୁକ୍ତ ୩ ନାମଲେଖା ପାଇଁ ଆଜିଠୁ ଆବେଦନ କରିପାରିବେ ଛାତ୍ର ଛାତ୍ରୀ । ୨୦୨୬-୨୭ ଶିକ୍ଷାବର୍ଷରେ ଯୁକ୍ତ ୩ କଲେଜ ପାଠ୍ୟକ୍ରମରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଆଜି ଅପରାହ୍ନ ୪ଟାରୁ ସାମସ ୱେବସାଇଟରେ କମନ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ। ଜୁନ ୧୦ ମଧ୍ୟରେ ଆଗ୍ରହୀ ଛାତ୍ରଛାତ୍ରୀ ସାମସ ପୋର୍ଟାଲକୁ ଯାଇ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିପାରିବେ। ଜୁନ ୧୭ରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ଜୁନ ୧୮ରୁ ୨୦ ମଧ୍ୟରେ ଯୋଗ୍ୟ ବିବେଚିତ କଲେଜରେ ନାମ ଲେଖାଇବେ। ଜୁନ ୨୯ରେ ଦ୍ବିତୀୟ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ହେବ ଏବଂ ଜୁନ ୩୦ରୁ ଜୁଲାଇ ୪ ମଧ୍ୟରେ ଛାତ୍ରଛାତ୍ରୀ ନାମ ଲେଖାଇବେ। ଜୁଲାଇ ୯ରୁ ଯୁକ୍ତ ୩ ପ୍ରଥମ ବର୍ଷ ପାଠପଢା ଆରମ୍ଭ ହେବ।

ad-week
Leave A Reply

Your email address will not be published.