
ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସମ୍ମିଳନୀ କକ୍ଷରେ ନୟାଗଡ଼ ଓ ରଣପୁର ନିର୍ବାଚନ ମଣ୍ଡଳୀରୁ ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନଙ୍କୁ ନେଇ ସ୍ୱତନ୍ତ୍ର ମିଶ୍ରିତ ଭୋଟର ତାଲିକା ସଂଶୋଧନ ତାଲିମ -୨୦୨୬ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।ଏହି ତାଲିମ କାର୍ଯ୍ୟକ୍ରମରେ ଓଡ଼ଗାଁ ବିଡ଼ିଓ ପ୍ରୀତିବାଳା ରଣା ଓ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ଯୋଗଦେଇ ବିଏଲଓ ମାନେ ଘର ଘର ବୁଲି ତା ୩୦.୫.୨୬ ରିଖ ୨୮.୦୬.୨୬ ରିଖ ପଯ୍ୟନ୍ତ ଭୋଟର ମାନଙ୍କୁ ଫର୍ମ ବଣ୍ଟନ କରି କିପରି ଉପଯୁକ୍ତ ତଥ୍ୟ ସଂଗ୍ରହ କରିବେ, ସେ ବିଷୟରେ ବିଶଦ ଆଲୋଚନା ହୋଇଥିଲା । ବିଏଲଓ ମାନଙ୍କୁ ସହଯୋଗ ପାଇଁ ପାଞ୍ଚ ଜଣ ସରକାରୀ କର୍ମଚାରୀ ମାନଙ୍କୁ ସେଚ୍ଛାସେବୀ ଭାବରେ ନିୟୋଜିତ କରାଯାଇଛି ।ଏହି କାର୍ଯ୍ୟକ୍ରମ କିପରି ଅନାୟାସରେ ସଫଳ ହେବ ସେଥିପାଇଁ ସମସ୍ତ ଭୋଟର ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ଯେପରି କୌଣସି ଯୋଗ୍ୟ ଭୋଟର ତାଲିକାରୁ ବାଦ ନପଡନ୍ତି, ସେଥିପାଇଁ ଗୁରୁତ୍ଵ ଦେବାକୁ ନିର୍ବାଚନ ଅଧିକାରୀ ମାନେ ପରାମର୍ଶ ଦେଇଥିଲେ ।ପ୍ରବାସୀ ଭୋଟର ମାନେ ଉପଯୁକ୍ତ ପ୍ରମାଣ ଦେଖାଇ ନପାରିଲେ ସେମାନଙ୍କୁ ଭୋଟର ତାଲିକାରୁ ବାଦ ଦିଆଯିବ ବୋଲି ସମ୍ଭାବନା ରହିଛି।ଏଥିପାଇଁ ୧୧ ଟି ତଥ୍ୟ (ଡକ୍ୟୁମେଣ୍ଟ)ର ଆବଶ୍ୟକତା ରହିଛି।ତେଣୁ ସ୍ଥାନୀୟ ବିଏଲଓ ମାନଙ୍କ ଠାରୁ ସମସ୍ତ ଡକ୍ୟୁମେଣ୍ଟ ବିଷୟରେ ବୁଝି ପ୍ରସ୍ତୁତ ରଖିବା ପାଇଁ ଅଧିକାରୀ ମାନେ ବୁଝାଇଥିଲେ ।ଉକ୍ତ ତାଲିମ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ଅଧିକାରୀ ଲହଡ଼ିମାଳା ପ୍ରଧାନ, ଅଙ୍ଗନୱାଡ଼ି ସୁପରଭାଇଜର , ସମସ୍ତ ବିଏଲଓ ସୁପରଭାଇଜର ଉପସ୍ଥିତ ଥିବା ବେଳେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।ଶିକ୍ଷକ ରଞ୍ଜନ କୁମାର ଦାଶ, ଦେବାଶିଷ ଦାଶ, ସୁଶେନ୍ଦୁ ଷଡ଼ଙ୍ଗୀ,ଲଳିତ ମୋହନ ମିଶ୍ର ସହଯୋଗ କରିଥିଲେ ।
