ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣା: ଅନ୍ୟତମ ଅଭିଯୁକ୍ତ ମୁନା ସାହୁ ଗିରଫ…

add-all

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଅଜିତ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ରଙ୍ଗଣି ପାଟଣା ଗ୍ରାମର ମୁନା ସାହୁକୁ ତାଙ୍କ ଘରୁ ଧରିବା ସହିତ ପଚରା ଉଚରା ପରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଜାମିନ ଖାରଜ ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ନୟାଗଡ଼ ଜିଲ୍ଲା ପୋଲିସ ଅଧିକ୍ଷକ ଏସ ସୁଶ୍ରୀ, ସରଣକୁଳ ଏସଡିପିଓ ଦୀପ୍ତିକାନ୍ତ ପ୍ରଧାନଙ୍କ ପରାମର୍ଶ କ୍ରମେ ଓଡ଼ଗାଁ ଆଇଆଇସି ସତ୍ୟ ନାରାୟଣ ବାରିକ, ଏସଆଇ ଚକ୍ରଧର ସିଂ ଏବଂ ଅନ୍ୟ ପୋଲିସ ଅଧିକାରୀ ମାନଙ୍କ ସହଯୋଗରେ ମୁନା ସାହୁକୁ ଧରିବା ପରେ ଅଜିତ ହତ୍ୟାକାଣ୍ଡ ଘଟଣାରେ ସଂପୃକ୍ତ ସମସ୍ତ ୭ଜଣ ଅଭିଯୁକ୍ତଙ୍କୁ ୧୫ ଦିନ ମଧ୍ୟରେ ଗିରଫ କରିବାରେ ଓଡ଼ଗାଁ ପୋଲିସ ସଫଳ ହୋଇଛି ।ବେଆଇନ ମାଙ୍କଡ଼ା ପଥର ଚୋରା ଚାଲାଣକୁ ନେଇ ହୋଇଥିବା ଏହି ହତ୍ୟାକାଣ୍ଡରେ ଓଡ଼ଗାଁ ପୋଲିସ ୧୨୩/୨୦୨୬ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ ।

ad-week
Leave A Reply

Your email address will not be published.