ଆସିକା କଇଁଫୁଲିଆ ଛକକୁ ସରୋଜ ପାଢ଼ୀ ଛକ ନାମରେ ନାମ ଫଳକ ଲଗାଯାଇଥିଲା ଜନ ଅସନ୍ତୋଷ ରେ ନାମ ଫଳକ ରେ ଲାଗିଲା କଳା …..!

add-all


ବ୍ରହ୍ମପୁର: ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚା ରେ ରହିଆସିଛି। ଦୀର୍ଘ ଦଶନ୍ଧି ଧରି ଆସିକା କଇଁ ଫୁଲିଆ ଛକ ନାମରେ ରହିଆସିଛି। କଇଁଫୁଲିଆ ଛକର ନାମ ପରିବର୍ତ୍ତନ କରି ଆସିକା ପୌର ପରିଷଦ ସରୋଜ ପାଢ଼ୀ ଛକ ବୋଲି ଏକ ନାମ ଫଳକ ଲଗାଇଥିଲେ। କଇଁଫୁଲିଆ ଛକର ନାମ ପରିବର୍ତ୍ତନ କୁ ନେଇ ଜନ ଅସନ୍ତୋଷ ଦେଖା ଦେଇଥିଲା। ଶେଷରେ ଆସିକା ବିଜେଡ଼ି ପକ୍ଷରୁ ଆସିକା ଥାନାରେ ଏକ ଅଭିଯୋଗ ପତ୍ର ମଧ୍ୟ ଦିଆଯାଇଥିଲା। ଛକର ନାମ ପରିବର୍ତ୍ତନ ପରେ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା ଶେଷରେ କୌଣସି ଦୁର୍ବୁତ୍ତ ମାନେ ଗତ କାଲି ମଧ୍ୟ ରାତ୍ର ରେ ସରୋଜ ପାଢ଼ୀ ଛକ ନାମ ଫଳକ ରେ କଳା ବୋଳି ଦେଇଥିବା ଦେଖିବାକୁ ମିଳିଛି। କଇଁ ଫୁଲିଆ ଛକର ନାମ ପରିବର୍ତ୍ତନ ପରେ ବିଭିନ୍ନ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ad-week
Leave A Reply

Your email address will not be published.