ଆସିକା ପୋଲିସ ଉପଖଣ୍ଡ ଅଧିକାରୀ ଭାବେ ଦାୟିତ୍ୱ ନେଲେ ସୌରଭ ରଞ୍ଜନ ପ୍ରଧାନ…

add-all

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅତି ସମ୍ବେଦନଶୀଳ ରୂପେ ପରିଚିତ ଆସିକା ସହର । ଆସିକା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭାବେସୌରଭ ରଞ୍ଜନ ପ୍ରଧାନ ଦାୟିତ୍ୱ ନେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଆସିକାର ଟ୍ରାଫିକ ସମସ୍ୟା ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଅଣାଯିବ ବୋଲି ଏସ୍ଡ଼ିପିଓ ପ୍ରଧାନ କହିଛନ୍ତି। ଆସିକା ଅଞ୍ଚଳରେ ଚୋର ମଦ ସାଙ୍ଗକୁ ଚୋରା ବାଲି ଚାଲାଣ ଉପରେ ରୋକ ଲଗାଯିବ ବୋଲି ଆଜି ଗଣ ମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଆସିକା ଉପଖଣ୍ଡ ଇଲାକାର ସମସ୍ତ ଥାନା ଅଧିକାରୀ ମାନଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ସହ ଜନସାଧାରଣ ଙ୍କୁ ଉତ୍ତମ ବ୍ୟବହାର କରିବା ପାଇଁ କହିଥିଲେ। ଏବଂ ଗଣମାଧ୍ୟମ ର ସହଯୋଗ କାମନା କରିଥିଲେ।

ad-week
Leave A Reply

Your email address will not be published.