ମନରେଗା କାର୍ଯ୍ୟରେ ଗୁରୁତର ଅଭିଯୋଗ : ପୋଖରୀ ଓ ରାସ୍ତା କାମରେ ଅନିୟମିତତା ନେଇ ବିଡିଓ କୋରକୁଣ୍ଡାଙ୍କୁ ଦାବୀପତ୍ର…

add-all


ମାଲକାନଗିରି :କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ପୁରୁଣା ଚିମିଟାପାଲି ଗ୍ରାମ ପଞ୍ଚାୟତର ଏମ୍.ଭି ୧୧୯ ଗ୍ରାମରେ ମନରେଗା ଯୋଜନା ଅଧୀନରେ ୨୦୨୩-୨୪ ମସିହାରେ ନିର୍ମିତ ଟି ପୋଖରୀ କାର୍ଯ୍ୟ ନେଇ ଗୁରୁତର ଅଭିଯୋଗ ଉଠିଛି। ସୋସିଆଲ୍ ଅଡିଟ୍ ସମୟରେ ଏହି ଅନିୟମିତତା ସାମ୍ନାକୁ ଆସିଥିବା ଜଣାପଡ଼ିଛି।
ଅଭିଯୋଗ ଅନୁଯାୟୀ, ପୋଖରୀ ଖୋଳା କାମ ସମ୍ପୂର୍ଣ୍ଣ ଭାବେ ହୋଇନଥିବା ସତ୍ତ୍ୱେ ଟଙ୍କା ଖର୍ଚ୍ଚ ହୋଇଥିବା ଦାବି ହୋଇଛି। ଏହି ଘଟଣା ସମ୍ପର୍କରେ ହିତାଧିକାରୀ ଶ୍ରୀମତୀ ଉର୍ବସି ରାୟ, ସ୍ୱ. ଶ୍ରୀ ସାହେବ ରାୟ ଓ ଶ୍ରୀମତୀ କନିକା ରାୟ ଆଜି କୋରକୁଣ୍ଡା ବ୍ଲକ୍ ଅଫିସ୍କୁ ପହଞ୍ଚି ଅଭିଯୋଗ ଦାଖଲ କରିଛନ୍ତି।
ସେମାନଙ୍କ ଅଭିଯୋଗରେ କହାଯାଇଛି ଯେ ପୋଖରୀ କାମ ନିର୍ବାହ ହୋଇଥିବା ବୋଲି କାଗଜପତ୍ରରେ ଦର୍ଶାଯାଇଛି, କିନ୍ତୁ ମୂଳ ସ୍ଥଳରେ କାମ ଆରମ୍ଭ ହିଁ ହୋଇନାହିଁ। ଏହା ସହ ଗାଁରେ ୨୦୨୩-୨୪ ବର୍ଷ ହୋଇଥିବା ଡବ୍ଲ୍ୟୁବିଏମ୍ (WBM) ରାସ୍ତା କାମ ଆରମ୍ଭ ମଧ୍ୟ ହୋଇନଥିବା ସତ୍ତ୍ୱେ ବିଲ୍ ପାସ୍ ହୋଇଯାଇଥିବା ଗୁରୁତର ଅଭିଯୋଗ ଉଠିଛି। ଏହି କାର୍ଯ୍ୟଗୁଡିକରେ ଗତବର୍ଷ ପୋରୁଣା ଚିମିଟାପାଲି ପଞ୍ଚାୟତରେ ଜେଇ କୃତିବାସ ନାୟକ, ପିଇଓ ରବି ଗୋଲପେଡା ଏବଂ ଜିଆରଏସ୍ ପଦ୍ମନାଭ ଗୋଲୋରୀଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ସୋସିଆଲ୍ ଅଡିଟ୍ ରିପୋର୍ଟ ପରେ ଏହି ଘଟଣା ଗୁରୁତ୍ୱ ଧାରଣ କରିଛି ଏବଂ ତଦନ୍ତ କରାଯାଇ ଦାୟୀଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରୁଛନ୍ତି।

ad-week
Leave A Reply

Your email address will not be published.