ଆମ ଗଂଜାମ ସ୍ୱଚ୍ଛ ଗଂଜାମ ଅଭିଯାନ…

add-all

ବ୍ରହ୍ମପୁରର ହରିଡ଼ାଖଣ୍ଡି ପୋଖରୀ କୂଳ ସଫାକଲେ ସଚେତନ ନାଗରିକ ସମାଜ

ବ୍ରହ୍ମପୁର ତା 26 /୦୫/୨୬ ସ୍ୱଚ୍ଛତା ବିନା ଗଞ୍ଜାମ ଗୌରବ ଅଧୁରା । କଳା, ସାହିତ୍ୟ ଓ ସଂସ୍କୃତି ପାଇଁ ବିଶ୍ୱବିଦିତ ଗଞ୍ଜାମକୁ ସ୍ୱଚ୍ଛତାରେ ମଧ୍ୟ ଶ୍ରେଷ୍ଠ କରିବାର ସମୟ ଆସିଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ । ଏହି ଅଭିଯାନର ଲକ୍ଷ୍ୟ ହେଉଛି “ମିଶନ୍ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି”। ଅତଏବ, ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଓ ସ୍ବଚ୍ଛ ପରିବେଶ ସୃଷ୍ଟି କରିବା। ଏହାକୁ ଏକ ସରକାରୀ ଅଭିଯାନରେ ସୀମିତ ନ ରଖି ଏହାକୁ ଏକ ସାମୁହିକ ଅଭିଯାନରେ ପରିଣତ କରିବାକୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ଆମ ପ୍ରକୃତି ଓ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଆମର ଦାୟିତ୍ୱ ତେଣୁ ପ୍ରତ୍ୟେକ ମଙ୍ଗଳବାର ଆମ ଗାଁ ଆମ ସାହି ଅର୍ଥାତ ନିଜ ନିଜ ଗାଁ ନିଜ ନିଜ ସାହି ପାଇଁ ସ୍ବେଛାକୃତ ଭାବରେ ସମୟ ଦେବା ଓ ଗଞ୍ଜାମକୁ ଏକ ଅନୁକରଣୀୟ ଜିଲ୍ଲା ଭାବେ ଗଢି ତୋଳିବା ବୋଲି ଜିଲ୍ଲାପାଳ କହିଛନ୍ତି ।

ଆଜି ସକାଳେ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଜିଲ୍ଲା ଓ ଦୌରା ବିଚାରପତି ଅଶାନ୍ତ ଦାସ, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, କମିଶନର ଏ. ସସ୍ୟ ରେଡ୍ଡି, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ରେଜିଷ୍ଟ୍ରାର ଡଃ ଶ୍ବେତ କୁମାର ଦାଶ, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ଲଲିତା ମଞ୍ଜରୀ ପଟ୍ଟନାୟକ, ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ବିବସ୍ବତ ଗୌତମ, ସ୍ଥାନୀୟ କର୍ପୋରେଟର ସନ୍ଧ୍ୟାରାଣୀ ଶୁକ୍ଳ, ବିଧାୟକଙ୍କ ପ୍ରତିନିଧି ଅଶୋକ ଶୁକ୍ଳ, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, ଆସିଷ୍ଟାଣ୍ଡ ରୋନିତ କୁମାରଙ୍କ ସମେତ ବହୁ ବିଏମ୍‌ସି କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ସମବେତ ଭାବରେ ହରିଡ଼ାଖଣ୍ଡି ପୋଖରୀ କୂଳକୁ (ବିନାୟକ ଆଚାର୍ଯ୍ୟ କଲେଜ ନିକଟ)ସଫା କରିବା ସହିତ ବ୍ରହ୍ମପୁର ସହରକୁ ସବୁବେଳେ ସଫାସୁତର ରଖିବାକୁ ସାମୁହିକ ଶପଥ ପାଠ କରିଥିଲେ । ନିକଟରେ ଥିବା ହୋଟେଲ, ଚା’ ଓ ଜଳଖିଆ ଦୋକାନ ବୁଲି ଯାଞ୍ଚ କରିବା ସହ ଡଷ୍ଟବିନ୍‌ ବ୍ୟବହାର କରିବା ଏବଂ ଏକକ ପ୍ଲାଷ୍ଟିକ ବ୍ୟବହାରରେ ରୋକ ଲଗାଇବାକୁ ଅନୁରୋଧ କରିଥିଲେ।

ad-week
Leave A Reply

Your email address will not be published.