ଡ଼କାୟତି କରିବା ପାଇଁ ଆଇନାବନ୍ଧ ପାଖରେ ଯୋଜନା କରୁଥିଲେ ୫ ଡ଼କାୟତ :ବିିଶେଷ ସୂତ୍ରରୁ ଖବର ପାଇ ମଧ୍ୟ ରାତ୍ରିରେ କାବୁ କଲା ବଡ଼ ବଜାର ପୁଲିସ…


ବ୍ରହ୍ମପୁର,୨୬/୫:ଦକ୍ଷିଣାଂଚଳ ଆଇଜି ନୀତି ଶିକ୍ଷିରଙ୍କ ନିଦେ୍ର୍ଦଶ କ୍ରମେ ବ୍ରହ୍ମପୁର ଏସ୍ପି ଡ଼.ଶ୍ରବଣା ବିବେକ ଏମ୍ଙ୍କ ତତ୍ୱାବଧାନରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଆରମ୍ଭ ହୋଇଛି ଅସାମାଜିକ ତତ୍ୱ ଧରପଗଡ଼ ଅଭିଯାନ । ବୃଦ୍ଧି ପାଉଥିବା କ୍ରାଇମ୍କୁ ଦମନ କରିବା ପାଇଁ ବିଭିନ୍ନ ଥାନା ଇଲାକାରେ ପୁଲିସ ଆରମ୍ଭ କରିଛି ଅପରାଧି ଦମନ ଲୀଳା । ଏହି ସମୟରେ ବଡ଼ବଜାର ଥାନା ପୁଲିସକୁ ଆସିଥିଲା ଖବର । କିଛି ଅଜଣା ଯୁବକ ମେଂଟୁଛକ ଠାରେ ଥିବା ଆଇନାବନ୍ଧ ପାଶ୍ୱର୍ରେ ଏକ ନିକାଂଚ ସ୍ଥାନରେ ଡ଼କାୟତି କରିବା ପାଇଁ ଯୋଜନା କରୁଥିଲେ । ପୁଲିସର ଏକ ଟିମ ଉକ୍ତ ସ୍ଥାନରେ ପହଂଚି ୫ଜଣ ଡ଼କାୟତକୁ କାବୁ କରିଛି । ସେମାନଙ୍କଠାରୁ ଏକ ବନ୍ଧୁକ, ୩ଟି ଖଣ୍ଡା, ୩ଟି ଜୀବନ୍ତ ବୋମା, ଗୋଟିଏ ଲୁହାଛଡ଼, ମଦ ବୋତଲ, ମରିଚ ଗୁଣ୍ଡ ଏବଂ ୨ଟି ଗ୍ଳୋମର ମୋଟର ସାଇକେଲ ଜବତ କରିଛି । ଗିରଫମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ଥାନା ଅଂଚଳର ଶିବଶଙ୍କର ପଲାଇ, ଶ୍ରୀରାମନଗର ଦ୍ୱିତୀୟ ଗଳିର ଅଶୋକ ବେହେରା ଓରଫ ବାଙ୍ଗରା, ରଘୁପତି ନଗରର ଓମ୍ ଦାଶ, ଲାଞ୍ଜିପଲ୍ଲୀ ରାମନଗରର ଏନ୍. ପ୍ରସାଦ ପାତ୍ର, ଆଙ୍କୁଶପୁରର କାଳିଆ ସାହୁକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ବଡ଼ବଜାର ଥାନା ପୁଲିସ ।
