ଚୋରି କରିବା ପାଇଁ ଟାର୍ଗେଟ କରୁଥିଲେ ବିଭିନ୍ନ ବ୍ୟାଙ୍କ ଅଞ୍ଚଳ …

add-all

ବ୍ରହ୍ମପୁର,୨୬/୫:ବ୍ୟାଙ୍କକୁ ଯାଉଥିବା ବ୍ୟକ୍ତିଙ୍କ ମୋଟର ସାଇକେଲକୁ ଆଖି ପିଛୁଳାକେ ଚୋରି କରି ଦେଉଥିଲେ । ଏଭଳି ଏକ ଚୋରକୁ କାବୁ କରିଥିଲେ ଜନସାଧାରଣ । ଗତକାଲି ଜୟପ୍ରକାଶ ନଗର ଛକଠାରେ ଥିବା ଏକ୍ସିସ୍ ବ୍ୟାଙ୍କ ସମ୍ମୁଖରେ ନିଜ ବଜାଜ ପଲସର ଗାଡ଼ି ପାର୍କିଂ କରି ବ୍ୟାଙ୍କକୁ ଯାଇଥିଲେ ରବିନ୍ଦ୍ର ସାହୁ । ତେବେ ସେ ୧୫ ମିନିଟ ମଧ୍ୟରେ ବ୍ୟାଙ୍କରୁ ବାହାରକୁ ଆସିବା ବେଳେ ଜଣେ ଯୁବକ ତାଙ୍କ ମୋଟରସାଇକେଲକୁ ଚୋରି କରିବାକୁ ଉଦ୍ୟମ କରୁଥିଲା । ଉପସ୍ଥିତ ଲୋକଙ୍କ ସହଯୋଗରେ ଉକ୍ତ ଚୋରକୁ କାବୁ କରିଥିଲେ । ପରେ ତାକୁ ପୁଲିସକୁ ହସ୍ତାନ୍ତର କରିଥିଲେ । ପୁଲିସ ଖଲ୍ଲିକୋଟର କେ.ଉମାକାନ୍ତ ପାତ୍ରକୁ ପଚରା ଉଚରା କରିବା ବେଳେ ସେ ୫ଟି ମୋଟର ସାଇକେଲ ଚୋରି କରି ଚମାଖଣ୍ଡି ଥାନା ଅନ୍ତର୍ଗତ ରଘୁନାଥପୁରର ଏସ୍. ନିରଞ୍ଜନ ରେଡ଼ୀକୁ ବିକ୍ରି କରିଥିବା ଜାଣିବାକୁ ପାଇଥିଲା ପୁଲିସ । ପୁଲିସ ସମସ୍ତ ଚୋରି ଗାଡ଼ିକୁ ଉଦ୍ଧାର କରିବା ସହିତ କେ ଉମାକାନ୍ତ ପାତ୍ର ଓ ଏସ୍. ନିରଞ୍ଜନ ରେଡ଼ୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ad-week
Leave A Reply

Your email address will not be published.