
ନୟାଗଡ: ନୟାଗଡ଼ ଜିଲ୍ଲାରେ ୩୫ଟି ମଦ ଦୋକାନ ପାଇଁ ଆବେଦନ ଶେଷ ହୋଇଛି । ସେଥି ମଧ୍ୟରେ ୧୧ଟି ଦେଶୀ ଓ ୨୪ଟି ବିଦେଶୀ ମଦ ଦୋକାନ ରହିଛି ।୨୯ ତାରିଖରେ ଏହି ମଦ ଦୋକାନ ଗୁଡ଼ିକର ଟେଣ୍ଡର ଖୋଲାଯିବ ।ଜିଲ୍ଲାରେ ବାହାଡ଼ାଝୋଲା ପାଇଁ ୩ଟି ଆବେଦନ ହୋଇଥିବା ବେଳେ ବାଲୁଗାଁ ପାଇଁ ୮, ଭାପୁର ପାଇଁ ୧୫, ଚାନ୍ଦପୁର ପାଇଁ ୧୧, ଦର୍ପନାରାୟଣପୁର ପାଇଁ ୨, ଦଶପଲ୍ଲା ପାଇଁ ୧୯, ଗଣିଆ ପାଇଁ ୧୧, ଗୋଡ଼ିପଡ଼ା ପାଇଁ ୨୩, ଗୋପାଳପୁର ପାଇଁ ୬, ଇଟାମାଟି ପାଇଁ ସର୍ବାଧିକ ୨୮ଟି, କଣ୍ଟିଲୋ ପାଇଁ ୨୫, କେରେଣ୍ଡାଟାଙ୍କି ପାଇଁ ୧୩, ଖଣ୍ଡପଡ଼ା ପାଇଁ ୨୩, ଲେଙ୍କୁଡ଼ିପଡ଼ା ପାଇଁ ୯, ନୟାଗଡ଼ ୧ ନମ୍ବର ଦୋକାନ ପାଇଁ ୧୮, ନୟାଗଡ଼ ୨ ନମ୍ବର ଦୋକାନ ପାଇଁ ୨୦, ନୟାଗଡ଼ ୩ ନମ୍ବର ଦୋକାନ ପାଇଁ ୯, ନୂଆଗାଁ ପାଇଁ ୪, ଓଡ଼ଗାଁ ପାଇଁ ୧୯, ରାଜ ପାଟଣା ପାଇଁ ୧ଟି, ରାଜସୁନାଖଳା ପାଇଁ ୨୮ଟି, ରଣପୁର ପାଇଁ ୧୪ଟି, ସରଣକୁଳ ପାଇଁ ୪, ସିଧାମୂଳା ପାଇଁ ୪ଟି ଆବେଦନ ହୋଇଛି ।ସେହିପରି ୨୪ ଟି ବିଦେଶୀ ମଦ ଦୋକାନ ପାଇଁ ୩୧୭ ଜଣ ଆବେଦନ କରିଥିବା ସୂଚନା ମିଳିଛି।ଆବେଦନକାରୀଙ୍କ ଠାରୁ ୯ କୋଟି ୫୧ଲକ୍ଷ ଅମାନତ ରାଶି ଅବକାରୀ ବିଭାଗକୁ ଆସିଛି ।ବିରଞ୍ଚି ନାରାୟଣ ସାହୁ ନାମକ ଜଣେ ବ୍ୟକ୍ତି ରାଜପାଟଣା ପାଇଁ ଏକାକୀ ଆବେଦନ କରିଥିବାରୁ ଅନ୍ୟ ୨୩ଟି ଆବେଦନକରୀଙ୍କ ପାଇଁ ଲଟେରୀ କରାଯିବ ବୋଲି ସୂଚନା ମିଳିଛି।
ଜିଲ୍ଲାରେ ଦେଶୀ ମଦ ଦୋକାନ ଆବେଦନ ପାଇଁ ଆବେଦନ ସମ୍ପର୍କରେ ଅବକାରୀ ବିଭାଗ ମୁହଁ ଖୋଲୁନଥିବା ବେଳେ ଏଥିପାଇଁ ଶତାଧିକ ଆବେଦନ ହୋଇଥିବାର ଅନୁମାନ କରାଯାଉଛି।ଜିଲ୍ଲାରେ ବିଦେଶୀ ଓ ଦେଶୀ ମଦ ଦୋକାନ ଗୁଡ଼ିକ ୨୦୨୧ରେ ନିଲାମ କରାଯାଇଥିଲା ।୨୬ଟି ବିଦେଶୀ ମଦ ଦୋକାନ ମଧ୍ୟରୁ ରୋହିବାଙ୍କ ଓ ମଧ୍ୟଖଣ୍ଡ ମଦ ଦୋକାନ ପୁନଃ ନିଲାମ ହୋଇଥିବାରୁ ସେଗୁଡିକୁ ବାଦ ଦିଆଯାଇଛି ।ସେହିପରି କେତକ ଦେଶୀ ମଦ ଦୋକାନ ନିଲାମ ୫ବର୍ଷ ପୂରଣ ନ ହୋଇଥିବାରୁ ସେଗୁଡିକୁ ବାଦ ଦିଆଯାଇଛି ।ଗ୍ରାମାଞ୍ଚଳ ଗୁଡିକରେ ରହିଥିବା ବିଦେଶୀ ମଦ ଦୋକାନ ଅପେକ୍ଷା ସହରରେ ଥିବା ମଦ ଦୋକାନ ଗୁଡ଼ିକରେ ଅଧିକ ବ୍ୟବସାୟ ହେଉଥିବାରୁ ସେଗୁଡିକର ଏମଜିକ୍ୟୁ ଅଧିକ ରହିଛି ଏବଂ ଏଥିପାଇଁ ଅଧିକ ସଂଖ୍ୟକ ବ୍ୟବସାୟୀ ଆବେଦନ କରିଥିବା ସୂଚନା ମିଳିଛି।
