ଓଡ଼ଗାଁ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା : ୨୩୦ ପରିବର୍ତ୍ତେ ଉପଭୋକ୍ତାଙ୍କ ନିକଟରେ ପହଞ୍ଚୁଛି ୧୭୦ ଭୋଲ୍ଟ

add-all

ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଦ୍ୟୁତ୍ ସେକ୍ସନରେ ଲୋଭୋଲଟେଜ୍ ଏକ ବଡ଼ ସମସ୍ୟା ରୂପେ ମୁଣ୍ଡ ଟେକିଛି ।ଏହା ଦ୍ଵାରା ପଙ୍ଖା ଘୁରୁନି କି ଫ୍ରିଜ୍ ଚାଲୁନି ଏବଂ ମିଞ୍ଜୀମିଞ୍ଜି ହୋଇ ଜଳୁଛି ଏଲଇଡି ବଲବ୍ । ପାଣି ପମ୍ପ କଥା ନକହିବା ଭଲ । ସମ୍ପ୍ରତି ଦେଶ ତଥା ରାଜ୍ୟରେ ଗ୍ରୀଷ୍ମ ଲହରୀ ଚାଲିଥିବା ବେଳେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନସାଧାରଣଙ୍କୁ କଲବଲ କରୁଛି।ନୟାଗଡ଼ ରାଜପାଟଣା ଗ୍ରିଡରୁ ଓଡ଼ଗାଁ ଆସୁଥିବା ୩୩ କେଭିରୁ ୩୧ କେଭି ବିଦ୍ୟୁତ୍ ଓଡ଼ଗାଁ ବିଦ୍ୟୁତ୍ ସେକ୍ସନ ରେ ପହଞ୍ଚିଲେ ସ୍ଥାନୀୟ ଅଞ୍ଚଳରେ ଲୋଭଲ୍ଟେଜ ସମସ୍ୟା ରହନ୍ତା ନାହିଁ ।ବର୍ତ୍ତମାନ ନୟାଗଡ଼ ରାଜପାଟଣା ଗ୍ରିଡରୁ ୩୩ କେଭି ବିଦ୍ୟୁତ୍ ଆସିଥିବା ବେଳେ ଓଡ଼ଗାଁ ରେ ପହଞ୍ଚିବା ବେଳକୁ ତାହା ୨୭ କେଭି ହେଇଯାଉଛି ।ପ୍ରାୟ ୬ କେଭି ବିଦ୍ୟୁତ୍ ନିଅଣ୍ଟ ପଡୁଥିବାରୁ ଓଡ଼ଗାଁ ଅଞ୍ଚଳରେ ଲୋଭୋଲ୍ଟେଜ୍ ସମସ୍ୟା ଦେଖାଯାଉଛି ।

ସେହିପରି ଓଡ଼ଗାଁରେ ୧୧ କେଭି ବିଦ୍ୟୁତ୍ ଟ୍ରାଂସଫର୍ମରରେ ପହଞ୍ଚିବା ପରେ ୨କେଭି ବିଦ୍ୟୁତ୍ ଶକ୍ତି ଅପଚୟ ହେଉଥିବାରୁ ୯ କେଭି ବିଦ୍ୟୁତ୍ ଶକ୍ତି ଗ୍ରାହକ ମାନଙ୍କୁ ଦିଆଯାଉଛି ତେଣୁ ଗ୍ରାହକଙ୍କ ପାଖରେ ୨୩୦ ପରିବର୍ତ୍ତେ ୧୭୦ ରୁ ୧୮୦ ଭୋଲଟ ଗ୍ରାହକଙ୍କ ନିକଟରେ ପହଞ୍ଚୁଛି ।ପରିବହନ ଜନିତ କାରଣ, ବିଦ୍ୟୁତ୍ ତାରର କ୍ଷମତା ହ୍ରାସ, ଜମ୍ପର ବ୍ୟବହାର, ନିମ୍ନ ମାନର ବୈଦୁତିକ ଯନ୍ତ୍ରାଂଶ ବ୍ୟବହାର, ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ୮ କିଲୋଭୋଲ୍ଟ ବିଦ୍ୟୁତ୍ ଶକ୍ତି ଅପଚୟ ହେଉଛି।ଏହି ଅପଚୟ ବିଦ୍ୟୁତ୍ ଶକ୍ତିକୁ ସଂରକ୍ଷିତ କରି ଏହାକୁ ଉପଯୁକ୍ତ ବ୍ୟବହାର କରାଗଲେ ଲୋଭୋଲ୍ଟେଜ ସମସ୍ୟାକୁ ଏଡାଇ ଦିଆଯାଇ ପାରନ୍ତା ।ବର୍ତ୍ତମାନ ଘରୋଇ ଗ୍ରାହକ ୧୭୦ ରୁ ୧୮୦ ଭୋଲଟ୍ ବିଦ୍ୟୁତ୍ ପାଇଁ ୨୩୦ ଭୋଲ୍ଟର ମୂଲ୍ୟ ଦେଉଥିବା ବେଳେ କମର୍ସିଆଲ ପ୍ରତିଷ୍ଠାନ ଗୁଡିକ ୩୭୦ ଭୋଲ୍ଟ ପାଇଁ ୪୧୫ ଭୋଲ୍ଟ ବ୍ୟବହାରର ମୂଲ୍ୟ ପ୍ରଦାନ କରୁଛନ୍ତି ।ବିଦ୍ୟୁତ୍ ବିଭାଗ ଏହି ସମସ୍ୟାର ଉପଯୁକ୍ତ ଓ ସ୍ଥାୟୀ ପନ୍ଥା ନିରୂପଣ କରିବା ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହେଉଛି।

ad-week
Leave A Reply

Your email address will not be published.