ମୁମ୍ବାଇ ସିରିଏଲ୍‌ ବିସ୍ଫୋରଣ ମାମଲାର ମୋଷ୍ଟ ଓ୍ବାଣ୍ଟେଡ୍‌ ଗିରଫ

add-all

ମୁମ୍ବାଇ: ୧୯୯୩ ମୁମ୍ବାଇ ସିରିଏଲ୍‌ ବିସ୍ଫୋରଣ ମାମଲାର ଅଭିଯୁକ୍ତ ତଥା ଭାରତର ଅନ୍ୟମତ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ଅବୁ ବକରଙ୍କୁ ୟୁଏଇରେ ଗିରଫ କରାଯାଇଛି। ଦୀର୍ଘ ୨୯ ବର୍ଷର ତଲାସି ପରେ ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ୍‌ ଇବ୍ରାହିମ୍‌ଙ୍କ ଘନିଷ୍ଠ ସହଯୋଗୀ ଅବୁ ପୋଲିସ ହାତରେ ଧରାପଡ଼ିଛି।

ବିଦେଶରେ ଭାରତୀୟ ଏଜେନ୍ସିର ଏହା ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ପାକ୍‌ ଅଧିକୃତ କଶ୍ମୀରରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ତାଲିମରେ ସମ୍ପୃକ୍ତ ଅବୁ ମୁମ୍ବାଇରେ ସିରିଏଲ୍‌ ବିସ୍ଫୋରଣ ଲାଗି ଆର୍‌ଡିଏକ୍ସ ପହଞ୍ଚାଇଥିଲେ। ପରେ ଦୁବାଇରେ ଦାଉଦ ସହ ମିଶି ଆକ୍ରମଣ ଷଡ଼ଯନ୍ତ୍ର ଓ ଯୋଜନା ପ୍ରସ୍ତୁତ କରିଥିଲେ। ମୁମ୍ବାଇର ୧୨ଟି ସ୍ଥାନରେ ହୋଇଥିବା ବିସ୍ଫୋରଣରେ ୨୫୭ ଜଣଙ୍କ ମୃତ୍ୟୁ ଘଟିବା ସହ ୭୧୩ ଜଣ ଆହତ ହୋଇଥିଲେ।

ad-week
Leave A Reply

Your email address will not be published.