
ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ କୋୟାଗୁଡାରୁ ଡୁଟେଲଗୁଡା ରାସ୍ତା ପାର୍ଶ୍ୱ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ଓ ପରିବେଶ ସୁରକ୍ଷାକୁ ନେଇ ସରକାର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ବ୍ୟାପକ ଅଭିଯାନ ଓ କଡ଼ା ପଦକ୍ଷେପ ନେଉଥିବା ବେଳେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚିନ୍ତାର ବିଷୟ ପାଲଟିଛି। ଜଙ୍ଗଲ୍ ନିଆ କୁ ଆୟତ୍ତ କରିବା ପାଇଁ ବନବିଭାଗର ସ୍ୱତନ୍ତ୍ର କର୍ମଚାରି ନିୟୋଜିତ ହୋଇଥିବା ବେଳେ ଜଙ୍ଗଲ ନିଆକୁ ନେଇ ଆଶଙ୍କାରେ ଅଞ୍ଚଳ ବାସୀ ।
ଜଙ୍ଗଲରେ ଲାଗିଥିବା ଏହି ନିଆଁ ପ୍ରାକୃତିକ କାରଣରୁ ନା ମାନବକୃତ ଅବହେଳା ଯୋଗୁଁ ଘଟିଛି, ତାହାର ତଦନ୍ତ କରିବା ଆବଶ୍ୟକ । ନିଆଁ ଯୋଗୁଁ ବନ୍ୟଜନ୍ତୁ, ଗଛ,ଲତା ଓ ପରିବେଶ ଉପରେ ଗୁରୁତର ପ୍ରଭାବ ପଡ଼ିଥାଏ। ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି ଯେ, ଜଙ୍ଗଲ ସୁରକ୍ଷା ପାଇଁ ଦାୟିତ୍ୱରେ ଥିବା ବନ ବିଭାଗର ନଜର ଏହି ଅଞ୍ଚଳ ଉପରେ ରହିଛି କି ନାହିଁ?
ଘଟଣାର ତୁରନ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ସହ ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଜଙ୍ଗଲ ଆମର ସମ୍ପଦ, ଏହାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ କୁ ନେଇ ସଚେତନତା ଆବଷ୍ୟକ ।
