ମାଲାନଗିରିରେ : ମାଲାନଗିରିରେ ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋଜିଆଗୁଡ଼ାରେ ପ୍ରବାହିତ ନଦୀ ମଧ୍ୟରୁ କିଛି ବ୍ୟକ୍ତିଙ୍କ ଦ୍ଵାରା ବେଆଇନ ଭାବେ ବାଲି ଖନନ ଓ ଗଚ୍ଛିତ କୁ ନେଇ ଅତିଷ୍ଠ ହୋଇପଡ଼ିଛନ୍ତି କମଳାପଦର ଗ୍ରାମବାସୀ । ଦିନକୁ ଦିନ ଜିଲ୍ଲାରେ ସରକାରୀ ତଥା ବେସରକାରୀ ନିର୍ମାଣ କାର୍ଯ୍ୟ ବୃଦ୍ଧି ପାଇବା ସହ ବାଲି ଦର ଆକାଶଛୁଆଁ ହୋଇପଡୁ ଥିବାରୁ ଏହା ଫାଇଦା ଉଠାଉଛନ୍ତି ବାଲି ବ୍ୟବସାୟୀ ।ସୂଚନା ଅନୁଯାୟୀ ଉକ୍ତ ନଦୀରୁ ବାଲି ଖନନ ପାଇଁ କୌଣସି ସରକାରୀ ଆଦେଶ ନଥିବା ବେଳେ ଏହାର ଫାଇଦା ନେଉଛନ୍ତି ବାଲି ବ୍ୟବସାୟୀ ରାତି ଅଧିଆ ଜେସିବି ମେସିନ୍ ସାହାଯ୍ୟରେ ବାଲି ଉତ୍ତୋଳନ ସହ ଗାଁ ର ରାସ୍ତା ପାର୍ଶ୍ଵରେ ଗଚ୍ଛିତ ରଖି ଏହାକୁ ଚୋରା ଚାଲାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାର ବିରୋଧ କଲେ କମଳା ପଦର ଗ୍ରାମବାସୀ ଙ୍କୁ ଗାଡ଼ି ଚପାଇ ଦେବାକୁ ମଧ୍ୟ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଧିକାରୀ ଙ୍କୁ ଏବାବଦରେ ସୂଚନା ଦେବା ପରେ କୌଣସି ସମାଧାନ ନ ହେବାରୁ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଏବାବଦରେ ମାଇନିଙ୍ଗ ଅଧିକାରୀଙ୍କ ସହିତ ଯୋଗା ଯୋଗ କରିବାରୁ ସେ ବର୍ତ୍ତମାନ ସମୟରେ ଉକ୍ତ ସ୍ଥାନରେ ଖନନ କରିବା କୁ ମନା କରାଯିବା ସହ ବାଲି ଚାଲାଣ ପାଇଁ କୌଣସି ଆଦେଶ ଦିଆଯାଇ ନାହିଁ ଏବଂ ବର୍ତ୍ତମାନ ପରିବହନ ଆଦେଶ ବା ( TP) କୁ ବନ୍ଦ କରାଯାଇଥିବା କହିଛନ୍ତି । ତେବେ ଏନେଇ କମଳାପଦର ଗ୍ରାମ ବାସୀଙ୍କ ପକ୍ଷରୁ ତୁରନ୍ତ ବେଆଇନ ଖନନ ସହ ଚୋରା ଚାଲାଣ ରୋକିବା ପାଇଁ ଗାଁ ମୁଖିଆ ମାଧବ ଖେମୁଣ୍ଡୁ , ମେମ୍ବର ପୂର୍ଣ୍ଣ ମୁଣ୍ଡାଗୁଡ଼ିଆ, ଗ୍ରାମର ପୂର୍ବତ୍ତନ ଜିଲ୍ଲାପରିଷଦ ସଦସ୍ୟ ଦେବେନ୍ଦ୍ର ଖିଲ,ରାମ ଖିଲ ସମବେତ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରି ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
