
ସୋନପୁର :ମହାନଦୀ ସେତୁ ଉପରୁ ଡେଇଁ ମହିଳା ଗୁରୁତର l ସୋନପୁର ମହାନଦୀ ସେତୁ ଉପରୁ ଆଜି ଜଣେ ମହିଳା ମହାନଦୀ ଗର୍ଭକୁ ଡେଇଁ ଜୀବ ହାରିବା ଉଦ୍ୟମ କରିଥିବା ଦେଖିବାକୁ ମିଳିଛି l ଆଜି ସକାଳେ ଜଣେ ଦମ୍ପତ୍ତି ଏକ ମୋଟର ସାଇକେଲ ରେ ଆସି ବ୍ରିଜ ଉପରେ ଅଟକି ଥିଲେ l ଉଭୟେ କିଛି ସମୟ ଫଟୋ ଉଠେଇଥିଲେ l ତେବେ ହଠାତ ମହିଳା ଜଣକ ମହିଳା ଜଣକ ମହାନଦୀ ଗର୍ଭକୁ ଡେଇଁ ପଡ଼ିଥିଲେ l ମହାନଦୀ ରେ ଗାଧୋଉଥିବା କିଛି ଯୁବକ ହଠାତ ଘଟଣା ସ୍ଥଳକୁ ଯାଇ ମହିଳା ଜଣକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ l
ଖବର ପାଇ ଦମକଳ ବାହିନୀର କର୍ମକର୍ତ୍ତା ମଧ୍ୟ ଘଟଣା ସ୍ଥଳରେ ପହଁଚି ମହିଳାଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନରେ ଭର୍ତ୍ତି କରିଛନ୍ତି l ଗୁରୁତର ମହିଳା ଜଣକ ବର୍ତ୍ତମାନ ସୋନପୁର ଡାକ୍ତରଖାନରେ ଚିକିତ୍ସାଧୀନ ଅଛନ୍ତି l ମହିଳା ଜଣକ ସୋନପୁର ଥାନା କଇଁଫୁଲ ଅଞ୍ଚଳର ହୋଇଥିବା ଜଣାପଡିଛି l ତେବେ କାହିଁକି ଓ କେଉଁ ପରିସ୍ଥିତିରେ ମହିଳା ଜଣକ ଏଭଳି ପଦକ୍ଷେପ ନେଉଥିଲେ ତାହା ଜଣାପଡିନାହିଁ l
