ଭୁଲ ବୁଝାମଣା ପାଇଁ ଦୁଇପକ୍ଷ ମଧ୍ୟରେ ଗଣ୍ଡଗୋଳ: ୨ଗିରଫ ଓ କୋର୍ଟ ଚାଲାଣ

ନୟାଗଡ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋରପିଠା ହରିଜନ ସାହିରେ ଭୁଲ ବୁଝାମଣା ପାଇଁ ଦୁଇ ପଡୋଶୀ ମଧ୍ୟରେ ମାରପିଟ୍ ଘଟଣାରେ ଓଡ଼ଗାଁ ପୋଲିସ ୨ ମାମଲା ରୁଜୁ କରି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ସେମାନେ ହେଲେ ରାବଣ ଓରଫ ଲକ୍ଷଣ ନାୟକ ଓ କୁମୁଦ ନାୟକ ।ଅଭିଯୋଗ ଅନୁସାରେ ବାନମ୍ବର ନାହାକଙ୍କ ବାପା ଝାଡ଼ା ରୋଗରେ ପୀଡିତ ଥିଲେ ।ଗତ ୨୯ ତାରିଖରେ ବାନମ୍ବରଙ୍କ ସ୍ତ୍ରୀ ପ୍ରତିଭା ଶଶୁରଙ୍କ ସେବା କରିଥିବା ବେଳେ ତାଙ୍କର ସ୍ବାମୀ ଓ ପୁଅ ସହଯୋଗ ନକରିବାରୁ ସେମାନଙ୍କୁ ପାଟି କରିଥିଲେ ।ଏହାକୁ ସାମନା ଘରେ ଥିବା ରାବଣ ନାହାକ ପ୍ରତିଭା ତାଙ୍କୁ ଗାଳି କରୁଥିବା ନେଇ ପାଟିତୁଣ୍ଡ କରିବାକୁ ଆଗେଇ ଆସିଲେ ।

ସେହିଦିନ ରାତିରେ ରାବଣ ୧୦ ଜଣ ସହଯୋଗୀଙ୍କୁ ନେଇ ପ୍ରତିଭାଙ୍କ ସ୍ବାମୀ ବାନାମ୍ୱରଙ୍କ ସହିତ ଗଣ୍ଡଗୋଳ କରିବାରୁ ବାନାମ୍ବରଙ୍କ କାନର କିଛି ଅଂଶ ଛିଣ୍ଡି ଯାଇଥିଲା ଏବଂ ଅନ୍ୟ ଜଣକ ମୁଣ୍ଡରେ ଆଘାତ ଲାଗିଥିଲା।ଉଭୟଙ୍କୁ ଓଡ଼ଗାଁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା ।ଉଭୟପକ୍ଷ ଓଡ଼ଗାଁ ଥାନାରେ ଅଭିଯୋଗ କରିବା ପରେ ଅଭିଯୋଗକୁ ଭିତ୍ତି କରି ଓଡ଼ଗାଁ ଆଇଆଇସି ସତ୍ୟନାରାୟଣ ବାରିକ ଘଟଣାର ତଦନ୍ତ କରିବା ସହିତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ , ପରେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଜଣାପଡିଛି ।

ad-week
Leave A Reply

Your email address will not be published.