କବିସୂର୍ଯ୍ୟନଗର ଥାନାରେ ବିକଳାଙ୍ଗ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ : ନିଲମ୍ବନ ହେଲେ ତିନିଜଣ ପୋଲିସ କର୍ମଚାରୀ ଜଣେ ଆଇ ପି ଏସ ଙ୍କୁ ବଦଳୀ…..!

ପଥର ମାଫିଆ କଥା ଶୁଣି ପୋଲିସ ବାବୁ ମାନେ ହଟହଟା ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ରେ ଥାର୍ଡ଼ ଡିଗ୍ରୀ ରେ ଜଣେ ବିକଳାଙ୍ଗ ଯୁବକଙ୍କୁ ନିର୍ଯ୍ୟାତନା ଦେବା ପରେ ମୃତ୍ୟୁ ଘଟିଥିଲା। ପୋଲିସ ବିଭାଗର ବଡ଼ କାର୍ଯ୍ୟନୁଷ୍ଠାନ ହୋଇଛି। ପ୍ରୋବେସେନେଲ ଆଇପିଏସ ଅଧିକାରୀ ଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟ କୁ ବଦଳୀ ସାଙ୍ଗକୁ ତିନିଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବନ ସହିତ ଜଣେ ଡ୍ରାଇଭର କୁ ବରଖାସ୍ତ କରାଯାଇଛି। ଗଞ୍ଜାମ ଜିଲ୍ଲାର ସୁବୁଳିଆ ଠାରେ ଥିବା ବେଆଇନ ପଥର ଖାଦାନ କୁ ମାଫିଆ ମାନେ ପଥର ଲୁଟୁଥିଲେ। ଏଥିରେ କୁଆଡ଼େ ପୋଲିସ ର ସିଂହ ଭାଗ ଥିବା ନେଇ ଆଲୋଚନା ହେଇ ଆସୁଥିଲା। ପଥର ମାଫିଆ ମାନଙ୍କ କଥାରେ ପଡ଼ି ଥାର୍ଡ଼ ଡିଗ୍ରୀ ପ୍ରୟୋଗ କରି ଆଜି ପୋଲିସ କର୍ମଚାରୀ ମାନେ ହରଡ଼ଘଣା ପଡ଼ିଥିବା ଚର୍ଚ୍ଚା ହେଉଛି। ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାର ଖଣିଜ ଦ୍ରବ୍ୟ ଲୁଟୁ ଥିବା ମାଫିଆ ମାନେ ପ୍ରଶାସନର ମୁହଁରେ ତୁଣ୍ଡି ବାନ୍ଧି ଦେଇଥିବା ଯୋଗୁଁ ନାଚାର ପ୍ରଶାସନ ଏବେ ହଟହଟା ହେଉଥିବା ଚର୍ଚ୍ଚା ହେଉଛି। ଏହି ପଥର ଖାଦାନ କିଏ ଚଲାଉଥିଲା ଏହି ବେଆଇନ କାର୍ଯ୍ୟକଳାପ ପଛରେ କେଉଁ ନେତାଙ୍କ ଆଶୀର୍ବାଦ ରହିଛି। ତାହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସମସ୍ତ ଘଟଣାର ପର୍ଦାଫାଶ ହେବ ବୋଲି ସାଧାରଣ ରେ ଆଲୋଚନା ହେଉଛି।
