ଓଭର ବ୍ରିଜ ତଳେ ଫଶିଲା ମାଲ ବୋଝେଇ କଣ୍ଟେନର, ଯାତାୟାତ ଠପ୍

ନୟାଗଡ଼ (ନିସର୍ତ୍ତ) : ଓଭର ବ୍ରିଜ ତଳେ ଫଶି ରହିଲା ମାଲ ବୋଝେଇ କଣ୍ଟେନର ଘଣ୍ଟା ଘଣ୍ଟା ଧରି ରାଜସୁନାଖଳା ଚାନ୍ଦପୁର ଯାତାୟାତ ଠପ୍ । ସୂଚନା ଅନୁସାରେ ଏକ କଣ୍ଟେନର ମାଲ ବୋଝେଇ କରି ବ୍ରହ୍ମପୁରରୁ ରାଜସୁନାଖଳା ଅଭିମୁଖେ ଯାଉଥିବା ବେଳେ ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ଶନିମନ୍ଦିର ଓଭର ବ୍ରିଜ ଠାରେ ଫସି ଯାଇଥିଲା। ଫଳରେ ରାଜସୁନାଖଳାରୁ ଚାନ୍ଦପୁର ରାସ୍ତାରେ ଗାଡି ମୋଟର ଚଳାଚଳ ଘଣ୍ଟାଘଣ୍ଟା ଧରି ବନ୍ଦ ରହିଥିଲା । ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବା ପରେ ଖବର ପାଇ ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଁଚିଥିଲା। ଦୀର୍ଘ ସମୟ ପରେ ହାଇଡ୍ରା ସହାୟତାରେ ଓଭର ବ୍ରିଜ ଭିତରୁ କଣ୍ଟେନରଟିକୁ ବାହାର କରାଯାଇଥିଲା । ଏଥିସହିତ ରାଜସୁନାଖଳା ଓ ଚାନ୍ଦପୁର ମଧ୍ୟରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା ।

ad-week
Leave A Reply

Your email address will not be published.