ହାତୀକୁ ମାରି ପୋତି ଦେଲେ ଫାର୍ମ ହାଉସ୍‌ ମାଲିକ !

add-all

ଅନୁଗୁଳ : ଫାର୍ମ ହାଉସରେ ମାରି ପୋତି ଦିଆଯାଇଛି କି ହାତୀ ? ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସତ ବାହାର କରିବ ହିନ୍ଦୋଳ ବନବିଭାଗ । ହାତୀ ମାରି ପୋତିଦେବା ଘଟଣାରେ ଫାର୍ମ ମାଲିକ ପ୍ରମୋଦ କୁମାର ରାଜଙ୍କ ସମେତ ୩ ଜଣଙ୍କୁ ଅଟକ ରଖିବା ସହ ଜେସିବି ଜବତ କରିଛି ବନ ବିଭାଗ । ଏବଂ ଫାର୍ମକୁ ସିଲ୍ କରିଛି ବନବିଭାଗ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ତଥା ହିନ୍ଦୋଳ ଥାନା କାନ୍ଦରାଶୁଣିର ଏକ ଫାର୍ମ ହାଉସ୍ ଭିତରେ ହିନ୍ଦୋଳ ବନବିଭାଗର ତନାଘନା ଜାରି । ଫାର୍ମହାଉସ ଭିତରେ ଏକ ହାତୀକୁ ମାରି ପୋତା ଯାଇଥିବା ସନ୍ଦେହରେ JCB ଲଗାଇ ଖୋଳିବା ପରେ ପ୍ରକୃତ କାରଣ ଜଣାପଡ଼ିବ।

ସେପଟେ ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ଫାର୍ମ ହାଉସ୍‌ ଚତୁଃପାର୍ଶ୍ଵରେ ସୋଲାର୍‌ ଲାଇଟ୍ ବ୍ୟବସ୍ଥା କରାଯିବା ସହ ସୌରବାଡ଼ ରହିଛି । ସେହି ସୋଲାର୍‌ କରେଣ୍ଟ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଛି । ବନ ବିଭାଗକୁ ନ ଜଣାଇ ତରବରିଆ ଭାବେ ପୋତି ଦେଇଛନ୍ତି ।

ସୂଚନାଥାଉକି, ସୌରବାଡ଼ ସଂସ୍ପର୍ଶରେ ଆସି ହାତୀଟି ମରିଛି ନା ଆଉ କେଉଁ କାରଣରୁ ମୃତ୍ୟୁ ହୋଇଛି ବ୍ୟବଚ୍ଛେଦ ପରେ ଜଣାପଡ଼ିବ।

ad-week
Leave A Reply

Your email address will not be published.