ଥାନାରେ ପୁଣି ଥାର୍ଡଡିଗ୍ରୀ, ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ

add-all

ବ୍ରହ୍ମପୁର : ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଥାନାରେ ଯୁବକଙ୍କୁ ପିଟି ପିଟି ମାରିଦେଲେ । ଏଭଳି ଏକ ସାଂଘାତିକ୍ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ୍ ବିରୋଧରେ । ମୃତ ଯୁବକ ହେଲେ ସୁଶାନ୍ତ କୁମାର ସାହୁ । ଯୁବକକୁ କୌଣସି ଏକ ମାମଲାର ତଦନ୍ତ ପାଇଁ ପୋଲିସ ଉଠାଇ ନେଇ ଅକଥନୀୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସେ ଗୁରୁତର ହେବା ପରେ ପରିବାର ଲୋକଙ୍କୁ ଡକାଇ ଗୁରୁତର ଅବସ୍ଥାରେ ପଠାଇ ଦେଇଥିଲା ପୋଲିସ । ଆଜି ତାଙ୍କର MKCGରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି ।  ତେବେ ପୋଲିସ କର୍ମଚାରୀଙ୍କ ମାଡ଼ରେ ସମ୍ପୃକ୍ତ ଯୁବକ ଜଣକଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ହୋଇଛି ନା ଅନ୍ୟ କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ମେଡ଼ିକାଲ ରିପୋର୍ଟରୁ ହିଁ ସ୍ପଷ୍ଟ ହେବ।

ସେହିପରି ବାରଙ୍ଗ ଥାନାରେ ପୋଲିସର ଥାର୍ଡ ଡିଗ୍ରୀ ଯୋଗୁଁ ଜଣେ ଯୁବକ ଗୁରୁତର ଘଟଣାରେ ପ୍ରବଳ ଉତ୍ତେଜନା ଲାଗି ରହିଥିଲା । ଏହି ଘଟଣାକୁ ନେଇ ଥାନା ଆଗରେ ଗ୍ରାମବାସୀମାନେ ଆନ୍ଦୋଳନ କରିଥିଲେ । ଘଟଣାଟି ହେଉଛି କାଠଯୋଡ଼ି ନଦୀ ପଠାରୁ ଉଦ୍ଧାର ମହିଳାଙ୍କ ମୃତ ଦେହ ଘଟଣାରେ ରାକେଶଙ୍କୁ ଥାନାକୁ ଆଣିଥିଲା ପୋଲିସ । ରାକେଶଙ୍କ ପତ୍ନୀ ନିଖୋଜ ନେଇ ଥାନାରେ ଏତଲା ହୋଇଥିଲା । ମୃତଦେହଟି ରାକେଶଙ୍କ ପତ୍ନୀଙ୍କର ହୋଇଥିଵା ନେଇ ପୋଲିସ ସନ୍ଦେହ କରୁଥିଲା । ହେଲେ ରାକେଶଙ୍କ ନିଖୋଜ ପତ୍ନୀଙ୍କ ସନ୍ଧାନ ମିଳିଵା ପରେ ମଧ୍ୟ ରାକେଶଙ୍କୁ ଛାଡିନଥିଲା ପୋଲିସ । ରାକେଶ ପୋଲିସ ମାଡ଼ରେ ଗୁରୁତର ହୋଇପଡ଼ିଥିଵା ପରିବାର ଲୋକେ ଅଭିଯୋଗ କରିଥିଲେ । ରାକେଶଙ୍କୁ ପରିବାରକୁ ହସ୍ତାନ୍ତର ଦାବିରେ ଥାନା ଆଗରେ ଗ୍ରାମବାସୀମାନେ ଧାରଣା ଦେଇଥିଲେ । ରାକେଶଙ୍କୁ ଗୁରୁତର ଅବସ୍ଥାରେ ପୋଲିସ ମେଡିକାଲରେ ଭର୍ତ୍ତି କରିଥିଵା ଗ୍ରାମବାସୀ ଅଭିଯୋଗ କରିଥିଲେ।

ad-week
Leave A Reply

Your email address will not be published.