JEE ଆଡଭାନ୍ସଡ ରେଜଲ୍ଟ : IIT ଦିଲ୍ଲୀ ଜୋନରୁ ଶୁଭମ କୁମାର ଟପ୍ପର

add-all

ନୂଆଦିଲ୍ଲୀ : ପ୍ରକାଶ ପାଇଲା ୨୦୨୬ JEE ଆଡଭାନ୍ସଡ ରେଜଲ୍ଟ । IIT ଦିଲ୍ଲୀ ଜୋନରୁ ଶୁଭମ କୁମାର ଟପ୍ପର ହୋଇଛନ୍ତି । ୩୬୦ରୁ ୩୩୦ ନମ୍ବର ରଖି ଶୁଭମ ଟପ୍ପର ହୋଇଛନ୍ତି । ଅଲ୍ ଇଣ୍ଡିଆ ରାଙ୍କ ୨ରେ ଆଇଆଇଟି ଦିଲ୍ଲୀ ଜୋନରେ କବୀର ଛିଲ୍ଲର ରହିଥିବା ବେଳେ ରାଙ୍କ ୩ରେ ଜତୈନ ଚାହର ରହିଛନ୍ତି । ସେହିପରି ଆଇଆଇଟି ଦିଲ୍ଲୀ ଜୋନର ଆରୋହୀ ଦେଶପାଣ୍ଡେ ୨୮୦ ମାର୍କ ସହ ସିଆରଏଲ CR ଲିଷ୍ଟ ୭୭ ରଖି ମହିଳା ବର୍ଗରେ ଟପ୍ପର ହୋଇଛନ୍ତି । ଚଳିତବର୍ଷ ପରୀକ୍ଷାର ଆୟୋଜନା ଆଇଆଇଟି ରୁଡକୀ କରିଥିଲା ।

ମେ ୧୭ ତାରିଖରେ ହୋଇଥିବା ପ୍ରବେଶିକା ପରୀକ୍ଷାରେ ମୋଟ ୧,୭୯,୬୯୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଦୁଇଟି ସିଫ୍ଟରେ ପରୀକ୍ଷା ଆୟୋଜନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୬ହଜାର ୮୮୦ଜଣ କୃତକାର୍ଯ୍ୟ ହୋଇଛନ୍ତି । ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧୦ହଜାର ୧୦୭ ଜଣ ଛାତ୍ରୀ ରହିଛନ୍ତି ।

ଆଇଆଇଟି ଭୁବନେଶ୍ୱର ଜୋନରୁ ମୋଟ ୫ହଜାର ୪୨୮ ଜଣ ଛାତ୍ରଛାତ୍ରୀ ଯୋଗ୍ୟତା ଅର୍ଜନ କରିଥିବା ବେଳେ ଏହି ଜୋନରୁ ୨୯ ରାଙ୍କ ସହ ଭାବେଶ ପାତ୍ର ଜୋନାଲ ଟପ୍ପର ଏବଂ ୨୩୦ ରାଙ୍କ ସହ ରେଡ୍ଡୀ ସାଈ ସାହିତୀ ମହିଳା ବର୍ଗରେ ଜୋନାଲ ଟପ୍ପର ହୋଇଛନ୍ତି ।

କେମିତି ଦେଖିବେ ପରୀକ୍ଷା ରେଜଲ୍ଟ :

ଜେଇଇ ଆଡଭାନ୍ସଡ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ ।
ଏହାପରେ ନିଜର ରୋଲ ନମ୍ବର ଏବଂ ଅନ୍ୟ ସୂଚନା ସହିତ ଲଗ୍ ଇନ୍ କରନ୍ତୁ ।
ଲଗ୍ ଇନ୍ କରିବା ପରେ ସ୍କ୍ରିନରେ ରେଜଲ୍ଟ ଏବଂ ସ୍କୋରକାର୍ଡ ନଜର ଆସିବ । ଏହାକୁ ଡାଉନଲୋଡ କରିପାରିବେ ।

ad-week
Leave A Reply

Your email address will not be published.