ମିଆଁମାରରେ ଭୟଙ୍କର ବିସ୍ଫୋରଣ, ୫୫ ମୃତ, ୧୦୦ ଆହତ

add-all

ବ୍ୟାଙ୍କକ୍‌ : ଉତ୍ତର-ପୂର୍ବ ମ୍ୟାଁମାରର ଏକ କୋଠାରେ ଭୟଙ୍କର ବିସ୍ଫୋରଣ ଘଟି ୫୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦୦ଜଣ ଆହତ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଶାନ ପ୍ରଦେଶ ଅନ୍ତର୍ଗତ ନାମହକାମ ସହରର କାଉଙ୍ଗଟୁପ୍ ଗାଁରେ ରବିବାର ଏହି ବିସ୍ଫୋରଣ ହୋଇଛି। ଖଣି ଖନନ କାମ ପାଇଁ ବ୍ୟବହାର ହେଉଥିବା ବିସ୍ଫୋରକ ସାମଗ୍ରୀ ଏକ ଘରେ ମହଜୁଦ କରାଯାଇଥିବାବେଳେ ଉକ୍ତ ଘରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖ ଅଞ୍ଚଳରେ ଥିବା ପ୍ରାୟ ୧୦୦ଟି ଘର ନଷ୍ଟ ହୋଇଛି। ତେଣୁ ଏହିସବୁ ଘରେ ଥିବା ଲୋକଙ୍କର ମୃତ୍ୟୁ ହୋଇଛି। ଅନେକ ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି।

ad-week
Leave A Reply

Your email address will not be published.