
ଭୁବନେଶ୍ଵର: ଚଳିତବର୍ଷ ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ରେଜଲ୍ଟ। ଜେଇଇ (JEE Advanced) ଆଡ଼ଭାନ୍ସ ପରୀକ୍ଷାରେ ସମସ୍ତ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଆପଣମାନଙ୍କର ଏହି ସଫଳତା କଠିନ ପରିଶ୍ରମ, ନିଷ୍ଠା ଓ ଅଦମ୍ୟ ଇଚ୍ଛାଶକ୍ତିର ପରିଣାମ ମୁଖ୍ୟମନ୍ତ୍ରୀ କହିଛନ୍ତି। ପରୀକ୍ଷା ଫଳ ନିର୍ବିଶେଷରେ ସମସ୍ତେ ଜୀବନର ପ୍ରତ୍ୟେକଟି ପାଦରେ ଆତ୍ମବିଶ୍ୱାସ ଏବଂ ଦୃଢ଼ ମନୋବଳ ସହ ଆଗକୁ ବଢ଼ିଚାଲନ୍ତୁ। ଆଗାମୀ ଦିନରେ ପ୍ରତ୍ୟେକ କ୍ଷେତ୍ରରେ ସମସ୍ତ ବିଦ୍ୟାର୍ଥୀ ସଫଳତା ହାସଲ କରି ସମାଜ ଓ ଦେଶର ଉନ୍ନତିରେ ନିଜକୁ ନିୟୋଜିତ କରନ୍ତୁ, ଏହାହିଁ ମୋର କାମନା। ସମସ୍ତଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
