
ଆଳି : କେନ୍ଦ୍ରାପଡ଼ା ଆଳି ଥାନା ଘେରିଲେ ଉତ୍ତ୍ୟକ୍ତ ଲୋକ । ଯୁବକକୁ ମରଣାନ୍ତକ ଆକ୍ରମଣ ପରେ ଅପହରଣ ଅଭିଯୋଗ । ୫ ଦିନ ପରେ ମଧ୍ୟ ଯୁବକଙ୍କ ପତ୍ତା ମିଳୁନାହିଁ । ନ୍ୟାୟ ଦାବିରେ ଆଳି ଥାନା ଘେରିଲେ ଗ୍ରାମବାସୀ । ମହାଦେଇପାଟଣା ଗାଁରେ ଗାଡ଼ି ଭଙ୍ଗାରୁଜାକୁ ନେଇ ହୋଇଥିଲା ଆକ୍ରମଣ ।
ଗାଡି ଭଙ୍ଗା ରୁଜାକୁ କେନ୍ଦ୍ର କରି ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ ! କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗାଁରେ ଗାଡି ଭଙ୍ଗାରୁଜାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯିବା ସହ ପରେ ଅପହରଣ କରାଇଥିବାର ଅଭିଯୋଗ ହୋଇଛି । ଏନେଇ ଯୁବକଙ୍କ ବାପା ଅରୁଣ କୁମାର ସେଠୀ ଆଳି ଥାନାରେ ଗତ ୨୯ତାରିଖ ଦିନ ଏତଲା କରିଛନ୍ତି ।
ଅପହରଣ ପୂର୍ବରୁ ଯୁବକଙ୍କ ହାତଗୋଡ଼ ବାନ୍ଧି ୭ ରୁ ୧୦ଜଣ ବ୍ୟକ୍ତି ବାଡ଼ିରେ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । କିନ୍ତୁ ଅପହରଣ ଘଟଣାର ୫ ଦିନପରେ ମଧ୍ୟ ଯୁବକ ଗୌରାଙ୍ଗ ସେଠୀଙ୍କ ପତ୍ତା ମିଳୁନି । ଗୌରାଙ୍ଗ ମୃତ ନାଁ ଜୀବିତ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ଅନ୍ୟପଟେ ଆଳି ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଏନେଇ ପୋଲିସର ପତିକ୍ରିୟା ମିଳି ପାରିନାହିଁ ।
