ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

ନୟାଗଡ଼,୦୪/୦୬(ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ଠଣା ପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ନଟବର ବେହେରାଙ୍କ ସଭାପତିତ୍ବରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀ ବନଲତା ବେହେରା,ମୁଖ୍ୟ ବକ୍ତା ଭାବେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘର ସଚିବ ଜ୍ୟୋତି ରଞ୍ଜନ ଦାଶ,ସ୍ଵତନ୍ତ୍ର ଅତିଥି ଭାବରେ ରଣପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ବିଦ୍ୟାଳୟ ପ୍ରତି ବିଦାୟ ଓ ସମର୍ପଣ କଥା କହିଥିଲେ ।

ସମ୍ମାନିତ ଅତିଥି ଭାବରେ ରଣପୁର ବ୍ଲକ ପ୍ରକ୍ରାନ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ରାଉତ, ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ନନ୍ଦ , ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପ୍ରଫୁଲ୍ଲ କୁମାର ବିଶ୍ବାଳ,ସମ୍ପାଦକ ଶିକ୍ଷକ ଜଗନ୍ନାଥ ଦାଶ, ଓ ପିଏସ ଶିକ୍ଷକ ସଂଘର ସଭାପତି ବିଶ୍ବଜିତ ମହାପାତ୍ର, କାସନ୍ଦା ସି ଆ ର ସି ସି ସୁବାସ ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇ ବିଦାୟୀ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ ଓ କୃଷ୍ଣ ଚନ୍ଦ୍ର ସାହୁଙ୍କ ଯଶଗାନ କରିଥିଲେ । ବିଦାୟୀ ପ୍ରଧାନ ଶିକ୍ଷକ ଓ ସହ ଶିକ୍ଷକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଦାୟ ସଙ୍ଗୀତ ପରିବେଷଣ କରାଯାଇଥିଲା।ପ୍ରକ୍ରାନ୍ତ ଶିକ୍ଷକ ପ୍ରଭାତ କୁମାର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ନିକଟସ୍ଥ ବିଦ୍ୟାଳୟର ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

ad-week
Leave A Reply

Your email address will not be published.