
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅନ୍ତର୍ଗତ ଧାଙ୍ଗିରିନାଚା ଗ୍ରାମରେ ସ୍ୱାମୀର କୁରାଢ଼ୀ ମାଡ଼ରେ ସ୍ତ୍ରୀ ଗୁରୁତର ହୋଇଥିବା ଜଣାପଡିଛି | ମିଲିଥିବା ପ୍ରାପ୍ତ ସୂଚନା ଅନୁଯାଇ ଧାଙ୍ଗିରିନାଚା ଗ୍ରାମର ବାସିନ୍ଦା କମଳ ଇନ୍ଦୱାର 30 ବର୍ଷ ତାଙ୍କ ସ୍ତ୍ରୀ ବାସନ୍ତୀ ଇନ୍ଦୁଆରଙ୍କ ସହିତ କୌଣସି କଥାକୁ ନେଇ ଗତ 28/5/2026 ତାରିଖରେ ସ୍ୱାମୀ ସ୍ତ୍ରୀ ମଧ୍ୟ୍ୟରେ ବଚସା ହୋଇଥିଲା | ରାତିରେ ଘରଲୋକେ ସମସ୍ତେ ଖାଇସାରି ଶୋଇପଡ଼ିଥିଵା ବେଳେ ଏକ କୋଠରୀରେ ସ୍ୱାମୀ କମଳ ତାଙ୍କ ସ୍ତ୍ରୀ ବାସନ୍ତୀ ସୋଇଥିବା ବେଳେ ରାତିରେ କମଳ ଏକ କୁରାଢ଼ୀରେ ତାଙ୍କ ସ୍ତ୍ରୀଙ୍କୁ ଜୀବନରେ ମାରିଦେବା ଉଦ୍ୟଶ୍ୟ ନେଇଁ ଆକ୍ରମଣ କରିଥିଲା | ସ୍ତ୍ରୀ ବାସନ୍ତୀ ପାଟିକରିବାରୁ କମଳ ଇନ୍ଦୱାର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା |ପରିବାର ଲୋକେ ବାସନ୍ତୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ |ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ରାଉରକେଲା ସ୍ଥିତ ସରକାରୀ ଡାକରାଖାନାରେ ଭର୍ତ୍ତି କରାଯାଇଥିଲା | ଆଜି କୋମଳ ଇନ୍ଦୁଆରଙ୍କ ଝିଅ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ବୀରମିତ୍ରପୁର ପିଏସ୍ କେସ୍ ନମ୍ବର ୨୫୨/୨୬ ଧାରା ୧୦୯(୨) ବିଏନ୍ଏସରେ ପୁଲିସ ଏକ ମାମଲା ୠଜୁକରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି !
