ବ୍ରହ୍ମପୁର ପୋଲିସ ର ବଡ଼ ସଫଳତା : ରୋହିଗାଁ ଜୁଆ ଆଡ୍ଡାରେ ପୁଲିସର ଚଢ଼ାଉ, ଜଣେ ମହିଳା ସମେତ ୨୦ ଜୁଆଡ଼ି ଗିରଫ..

add-all

୫ଲକ୍ଷ ୪୪ ହଜାର ଟଙ୍କା , ୧୯ଟି ମୋବାଇଲ , ୧୫ଟି ମୋଟର ସାଇକେଲ ଓ ଗୋଟିଏ ଗାଡି ଜବତ

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ରୋହିଗାଁ ସ୍ଥିତ ଏକ ଜଙ୍ଗଲ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଜୁଆ ଆଡ୍ଡା ଉପରେ ବୁଧବାର ବିଳମ୍ବିତ ରାତ୍ରିରେ ଏସ୍ ପି.ଡ଼ାକ୍ତର.ସର୍ବଣା ବିବେକ ଏମଙ୍କ ନିର୍ଦ୍ଦେଶ କ୍ରମେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ଉକ୍ତ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଜଣେ ମହିଳା ସମେତ ୨୦ଜଣ ଜୁଆଡ଼ିକୁ କାବୁ କରିବାରେ ସଫଳ ହୋଇଛି । ପୁଲିସକୁ ଦେଖି ଜୁଆଡ଼ିମାନେ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ । ତେବେ ପୁଲିସ ଟିମ ଜଙ୍ଗଲ ଚାରିପଟ ଘେରି ଯାଇଥିବାରୁ ଜୁଆଡ଼ିମାନେ ଖସିପାରିନଥିଲେ । ତେବେ କିଛି ଜୁଆଡ଼ି ପୁଲିସକୁ ଚକମା ଦେଇ ଖସି ପଳାଇବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି ।

ସେମାନଙ୍କଠାରୁ ୫ଲକ୍ଷ ୪୪ ହଜାର ଟଙ୍କା ଜବତ କରିଥିବା ବେଳେ ଏକ ହୁଣ୍ଡାଇ କ୍ରେଟା କାର, ୧୯ଟି ମୋବାଇଲ ଫୋନ, ୧୫ଟି ମୋଟର ସାଇକେଲ, ୮କାଟା ତାସ, ଜରି ପାଲ,୪ଟି ବ୍ୟାଟିରୀ ଲାଇଟ ସହ କିଛି ଷ୍ଟାମ୍ପ ପେପର ପୁଲିସ ଜବତ କରିଛି । ଗିରଫମାନେ ହେଲେ ଇ.ଶ୍ରୀହରି ଦୋରା, କୃଷ୍ଣଚନ୍ଦ୍ର ସ୍ୱାଇଁ, ସିଏଚ୍ ପ୍ରକାଶ,ଜି.ଶ୍ରୀନୁ, ଲକ୍ଷ୍ମୀନାରାୟଣ ରାଉଳ, ହୃଷିକେଶ ଚୌଧୁରୀ, ରିଙ୍କୁ ମହାରଣା,ଧବଳେଶ୍ୱର ବେହେରା, କୃଷ୍ଣ ସ୍ୱାଇଁ, ଶିବରାମ ସାହୁ, ଅନରବା ରାଉତ, ଅଜିତ କୁମାର ଜେନା, ସନ୍ତୋଷ ସାହୁ, ତପନ ପାତ୍ର, ବାଳକୃଷ୍ଣ ପାଣିଗ୍ରାହୀ, ସୁବାଷ ସାହୁ, ମିଥୁନ ବେହେରା, ଶ୍ରୀନିବାସ ସାହୁ, ମଙ୍ଗୁଳୁ ସୁଆସିଆ, ମାମି ଗୌଡ । ପୁଲିସ ଏନେଇ ୩୩୬/୨୬ରେ ଏକ ମାମଲା ରୁଜୁ କରି ଗିରଫ ଜୁଆଡ଼ିକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.