ପୁଣି ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାରୁ ‘ଭେଣ୍ଟିଲେଟର୍‌’ରେ ଲତା ମଙ୍ଗେସ୍‌କର୍‌

add-all

ମୁମ୍ବାଇ: ଲତା ମଙ୍ଗେସ୍‌କର୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ସାଙ୍ଘାତିକ ହେବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିବା କଥା ଡାକ୍ତର ସୂଚନା ଦେଇଛନ୍ତି।
‘ବ୍ରିଚ୍‌ କାଣ୍ଡି ହସ୍ପିଟାଲ୍‌’ର ଡାକ୍ତର ପ୍ରତୀତ ସମଦାନୀ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ସଦ୍ୟତମ ସୂଚନା ଦେଇ କହିଛନ୍ତି: ବର୍ଷିୟାନ୍‌ ଗାୟିକା ଲତା ମଙ୍ଗେସ୍‌କର୍‌ଙ୍କ ସ୍ବାସ୍ଥ୍ୟାବସ୍ଥାରେ ପୁନର୍ବାର ଅବନତି ଘଟିଛି। ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଛି। ଏବେ ବି ସେ ‘ଆଇସିୟୁ’ରେ ଅଛନ୍ତି ଏବଂ ଡାକ୍ତରମାନଙ୍କ ତତ୍ତ୍ବାବଧାନରେ ରହିବେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରି ମାସ ପ୍ରାରମ୍ଭରେ କୋଭିଡ୍‌ ପଜିଟିଭ୍‌ ଜଣାପଡ଼ିବା ପରେ ଲତା ମଙ୍ଗେସ୍‌କରଙ୍କୁ ମୁମ୍ବାଇସ୍ଥିତ ‘ବ୍ରିଚ୍‌ କାଣ୍ଡି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିଲା। ସେ କୋଭିଡ୍‌-୧୯ ଓ ନିମୋନିଆରେ ସଂକ୍ରମିତ ହୋଇଛନ୍ତି।
‘ନାଇଟିଙ୍ଗଲ୍‌ ଅଫ୍‌ ଇଣ୍ଡିଆ’ ଏବଂ ‘ମେଲୋଡି କୁଇନ୍‌ ଅଫ୍‌ ଇଣ୍ଡିଆ’ ଭାବେ ସୁପରିଚିତ ୯୨ ବର୍ଷୀୟ ଗାୟିକା ୧୯୪୨ରେ ୧୩ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିଲେ ଏବଂ ଏଯାବତ୍‌ ହିନ୍ଦୀ ସମେତ ଅନେକ ଭାରତୀୟ ଭାଷାରେ ୩୦,୦୦୦ରୁ ଅଧିକ ଗୀତ ଗାଇଛନ୍ତି।

ad-week
Leave A Reply

Your email address will not be published.