ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସରସ୍ବତୀ ପୂଜା

add-all

ଭୁବନେଶ୍ବର: ଆଜି ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି। ଧରାପୃଷ୍ଠରେ ବିରାଜିଲେ ବିଦ୍ୟାଦାତ୍ରୀ ମା’ ସରସ୍ବତୀ। ଏଥିପାଇଁ ପୂରା ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ସରସ୍ବତୀ ପୂଜା ଆୟୋଜିତ ହୋଇଛି। କରୋନାର ତୃତୀୟ ଲହର ଦ୍ରୁତ ଗତିରେ କମୁଥିବା ବେଳେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସୀମିତ ପିଲାଙ୍କୁ ନେଇ ମା’ଙ୍କ ପୂଜାର୍ଚ୍ଚନା କରିବାକୁ ଅନୁମତି ମିଳିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ଏହାଛଡ଼ା ଅନ୍ୟ କେତେକ ଅନୁଷ୍ଠାନରେ ବି ସରସ୍ବତୀ ପୂଜା ହୋଇଛି। ଖାଲି ସେତିକି ନୁହେଁ, ଘରେଘରେ ବି ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କ ପୂଜାର୍ଚ୍ଚନା କରାଯାଇଛି।
ସୂଚନାଯୋଗ୍ୟ, ଶୁକ୍ରବାର ଦିନ ରାଜଧାନୀରେ ପୂଜାବଜାର ଚଳଚଞ୍ଚଳ ହୋଇ ଉଠିଥିଲା। ୟୁନିଟ୍‌-୧ ହାଟଠାରୁ ଆରମ୍ଭ କରି ୟୁନିଟ୍‌-୨ ମାର୍କେଟ୍‌ ବିଲ୍‌ଡିଂ, ଜନପଥରେ ଥିବା ବିଭିନ୍ନ ଡ୍ରେସ୍‌ ସୋ’ରୁମ୍‌‌, ଭୋଗ ଓ ପୂଜା ସାମଗ୍ରୀ ଦୋକାନ, ଫଳ ଦୋକାନରେ ପ୍ରବଳ ଭିଡ଼ ହୋଇଥିବା ପରିଲକ୍ଷିତ ହୋଇଥିଲା। ମାର୍କେଟ୍‌ ବିଲ୍‌ଡିଂରେ ତ ଅବସ୍ଥା ପୂରା ଅସମ୍ଭାଳ ହୋଇଯାଇଥିଲା। କିଣାକିଣି ପାଇଁ ଆସିଥିବା ଲୋକମାନେ କରୋନା ଗାଇଡ୍‌ଲାଇନ୍‌କୁ ଫୁ’ କରି ଉଡ଼ାଇ ଦେଇଥିଲେ। ସାମାଜିକ ଦୂରତା ଦୂରର କଥା, ଅଧାରୁ ଅଧିକ ଲୋକଙ୍କ ମୁହଁରେ ମାସ୍କ ବି ନଥିଲା। ଅପରପକ୍ଷେ କରୋନା ଯୋଗୁଁ ପୂଜାକୁ ନେଇ ଅନିଶ୍ଚିତତା ଥିବାରୁ ଏଥର ବଜାରକୁ ବଡ଼ ମୂର୍ତ୍ତି ଆସିପାରିନଥିଲା। କାରିଗରମାନେ ବେପାର ନ ହେବା ଆଶଙ୍କାରେ ଛୋଟ ମୂର୍ତ୍ତି ତିଆରି କରିଥିଲେ। ତେବେ ଗତ ରାତି ସୁଦ୍ଧା ସବୁ ମୂର୍ତ୍ତି ଦୋକାନ ଖାଲି ହୋଇଯାଇଥିଲା।

ad-week
Leave A Reply

Your email address will not be published.