ଚାକିରି ଦେବା ନାଆଁରେ ଠକେଇ: ଭୁବନେଶ୍ୱରରୁ ଗିରଫ ହେଲେ ୩ ମୋଷ୍ଟୱାଣ୍ଟେଡ

add-all

ଭୁବନେଶ୍ୱର: ଚାକିରି ଦେବା ନାଆଁରେ ଲୋକଙ୍କୁ ଠକୁଥିବା ୩ଜଣ ଯୁବକ ଭୁବନେଶ୍ୱରରୁ ଗିରଫ ହୋଇଛନ୍ତି। ଚନ୍ଦ୍ରଶେଖରପୁର ଥାନା ସହାୟତାରେ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୁଲିସ।
ମିଳିଥିବା ସୂଚନା ଅନୁଯାୟୀ, ବେଙ୍ଗାଲୁରୁ ପୁଲିସର ସ୍ୱତନ୍ତ୍ର ଟିମ ଚନ୍ଦ୍ରଶେଖରପୁର ଥାନା ସହାୟତାରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି। ଏହି ୩ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ। ଏମାନେ ପୁନେର ଏକ ସଫ୍ଟୱେର କମ୍ପାନିରେ ଚାକିରି କରାଇ ଦେବା କହି ଠକେଇ କିଛି ଲୋକଙ୍କୁ ଠକିଥିଲେ। ସେମାନଙ୍କଠାରୁ ୨୦ ଲକ୍ଷ ଟଙ୍କା ବି ନେଇଥିଲେ।
୨୦୧୮ ମସିହାରୁ ବେଙ୍ଗାଲୁରୁ ପୁଲିସର ମୋଷ୍ଟୱାଣ୍ଟେଡ ତାଲିକାରେ ଥିଲେ ଏହି ତିନି ଅଭିଯୁକ୍ତ। ଚନ୍ଦ୍ରଶେଖରପୁର ପୁଲିସ ସେମାନଙ୍କୁ ଗିରଫ କରିବା ପରେ ବେଙ୍ଗାଲୁରୁ ପୁଲିସରକୁ ହସ୍ତାନ୍ତର କରିଛନ୍ତି। ବେଙ୍ଗାଲୁରୁ ପୁଲିସ ୩ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ବୋଲି ଜଣାଯାଇଛି।

ad-week
Leave A Reply

Your email address will not be published.