ଉଦଘାଟନର ୧୭ଦିନ ପରେ ବି ଖୋଲୁନି ରବି ମଣ୍ଡି ; ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

add-all

ନୂଆପଡା : ନୂଆପଡ଼ା ଜିଲ୍ଲାରେ ଜିଲାରେ ଗତ ମେ ମାସ ୨୦ତାରିଖରୁ ରବି ମଣ୍ଡି ଉଦ୍ଘାଟନ ହୋଇ ଥିଲେ ମଧ୍ୟ ଆଜକୁ ୧୭ଦିନ ପରେ ମଧ୍ୟ ଜିଲ୍ଲାରେ କୌଣସି ମଣ୍ଡି ଖୋଲି ପାରି ନାହିଁ।ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଚାପା ଉତ୍ତେଜନା ରହିଛି।
ସୂଚନା ମୁତାବକ ଗତ ମାସ ୫ ତାରିଖ ରେ ଅନୁଷ୍ଠିତ ଜିଲ୍ଲା କ୍ରୟ କମିଟି ବୈଠକରେ, ୨୦ତାରିଖରେ ମଣ୍ଡି ଶୁଭ ଉଦଘାଟନ କରାଯିବ ଓ ମେ ୨୫ତାରିଖରୁ ସବୁ ମଣ୍ଡି ସ୍ୱାଭାବିକ ହେବ ବୋଲି କୁହାଯାଇଥିଲା। ଜିଲ୍ଲାର ସମସ୍ତ ୨୬ଟି ସମବାୟ ସମିତି ଧାନ କ୍ରୟରେ ଅଂଶ ଗ୍ରହଣ କରିବେ ଓ ଜିଲ୍ଲାରେ ମୋଟ ୫୧ ଟି ଧାନ କ୍ରୟ କେନ୍ଦ୍ର ବା ମଣ୍ଡି ଖୋଲାଯିବା ନେଇ ନିଷ୍ପତି ହୋଇଥିଲା। କିନ୍ତୁ ଆଜକୁ ୧୭ ଦିନ ବିତିଯାଇଥିଲେ ମଧ୍ୟ ଜିଲ୍ଲାରେ କେବଳ ୧୩ଟି ମଣ୍ଡି ଖୋଲିପାରିଛି। ଏବେ ବି ଜିଲ୍ଲାରେ ଧାନ କ୍ରୟ ସ୍ୱାଭାବିକ ହୋଇନାହିଁ। ବିଶେଷ କରି ସଦର ବ୍ଲକ୍ ରେ ବିଲକୁଲ ସ୍ୱାଭାବିକ ସ୍ଥିତି ନାହିଁ। ଏହାକୁ ନେଇ ସଦର ବ୍ଲକ୍ ର ଚାଷୀ ମାନେ ତିନିଦିନ ଧରି ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ନିଜ ସମସ୍ୟା ଶୁଣାଇ ଚାଲିଛନ୍ତି। କିନ୍ତୁ କିଛି ଫଳ ହେଉନି ତେଣୁ ଆଜି ଚାଷୀ ମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଘେରାଉ କରିଛନ୍ତି। ଜିଲ୍ଲାରେ ସବୁ ମଣ୍ଡି ନଖୋଲିବା ଯାଏଁ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ଜିଦ୍ ଧରିଛନ୍ତି।

ad-week
Leave A Reply

Your email address will not be published.