ଆସିକା ଅଞ୍ଚଳର ଥିବା ବରଗାଁ ବେଆଇନ ବାଲି ଘାଟ ପୁଣି ଚାଲିଲା…..!

puja26


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରର ଉଭୟ ପାର୍ଶ୍ଵରେ ଋଷିକୂଲ୍ୟା ଓ ବଡ଼ ନଦୀ ପ୍ରବାହିତ ହେଉଛି। ପୂର୍ବରୁ ଥିବା ବିବାଦୀୟ ବେଆଇନ ବାଲି ଘାଟର ଲିଜ ଅବଧି ସରିଯାଇଛି। ସରକାରଙ୍କ ପକ୍ଷରୁ ନଭେମ୍ବର ମାସ ୧୫ ତାରିଖ ପର୍ଯ୍ୟନ୍ତ ନଦୀ ପଠାରୁ ବାଲି ଉତ୍ତୋଳନ ଉପରେ ରୋକ ଲଗାଯାଇ ଥିଲା। ବର୍ତ୍ତମାନ କଟକଣା ଉଠିବା ପରେ ବାଲି ମାଫିଆ ମାନେ ସକ୍ରିୟ ହୋଇ ବେଆଇନ ଓ ଲିଜ ଅବଧି ସରିଥିବା ବରଗାଁ ମୁକୁନ୍ଦପୁର ନିକଟରୁ ବାଲି ଘାଟ ଗୁଡିକରେ ଜେସିବି ଓହ୍ଲାଇ ପୁଣି ବାଲି ଉତ୍ତୋଳନ ଆରମ୍ଭ ହେଇଥିବା ଦେଖିବାକୁ ମିଳିଛି। ନାଚାର ପ୍ରଶାସନ ଚୁପଚାପ ବାଲି ମାଫିଆ ମାନଙ୍କୁ ଆଶୀର୍ବାଦ ଦେଇ ବଆସିଥିବା ଚର୍ଚ୍ଚା ହେଉଛି। ବାଲି ମାଫିଆ ମାନେ ରାଜନୈତିକ ନେତାଙ୍କ ସହଯୋଗ ରେ ବାବୁ ମାନଙ୍କ ଉପରେ ଚାପ ପ୍ରୟୋଗ କରି ବାବୁ ମାନଙ୍କୁ ସାଇଲେନ୍ସ ପ୍ଲିଜ କରି ଲକ୍ଷ ଲକ୍ଷ ଟଙ୍କାର ବାଲି ଲୁଟ କରୁଥିବା ଆଲୋଚନା ହେଉଛି। ବିନା ୱାଇ ଫର୍ମ ରେ ଅବାଧରେ ବେଆଇନ ଭାବେ ଚୋରା ବାଲି ଲୁଟ ହେଉଛି।

ad-week
Leave A Reply

Your email address will not be published.