
ନୟାଗଡ : ଓଡ଼ିଶା ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ସ୍କୁଲର ଅଭାସି ମାଧ୍ୟମରେ ଶିଳାନ୍ୟାସ କରିଛନ୍ତି ।ଶିଳାନ୍ୟାସ ହୋଇଥିବା ବିଦ୍ୟାଳୟ ଗୁଡ଼ିକ ସର୍ଦ୍ଦାର ପଟେଲ ଉଚ୍ଚ ବିଦ୍ୟାଳୟ ଗୋଡ଼ିପଡ଼ା (ଶିଶୁ ବାଟିକା ଠାରୁ ଦଶମ), ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବରସାହି (ଶିଶୁ ବାଟିକା ଠାରୁ ଦଶମ), ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଗରବନ୍ଧ( ଶିଶୁ ବାଟିକା ଠାରୁ ଅଷ୍ଟମ), ଏବଂ ଗୋତିସାହି ପଞ୍ଚାୟତର ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଗମ୍ଭାରୀଡିହି ( ଶିଶୁ ବାଟିକା ଠାରୁ ଅଷ୍ଟମ) ।
ରଣପୁର ବିଧାୟିକା ତଥା ଓଡ଼ିଶା ରାଜ୍ୟ ବିଧାନସଭାର ବାଚସ୍ପତି ସୁରମା ପାଢୀ ଶିଳାନ୍ୟାସ ସମୟରେ ଉକ୍ତ ବିଦ୍ୟାଳୟ ଗୁଡ଼ିକରେ ପହଞ୍ଚି ଉପସ୍ଥିତ ଅଭିଭାବକ ଏବଂ ଶିକ୍ଷାପ୍ରେମୀ ମାନଙ୍କୁ ଭେଟିଥିଲେ ।ରାଜ୍ୟରେ ପ୍ରାଥମିକ ଶିକ୍ଷାକୁ ପ୍ରାଥମିକତା ଦେବା ସହିତ ଏହି ସ୍କୁଲ ମାନଙ୍କରେ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଶିକ୍ଷକମାନେ ଶିକ୍ଷାଦାନ କରିବେ ।ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଫଳରେ ଅଭିଭାବକ ମାନେ ଘରୋଇ ସ୍କୁଲ୍ ବଦଳରେ ସରକାରୀ ସ୍କୁଲରେ ସେମାନଙ୍କ ପିଲାକୁ ପଢ଼ାଇବା ପାଇଁ ଇଚ୍ଛା ପ୍ରକଟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଅଭାସୀ ମାଧ୍ୟମରେ କହିଥିଲେ ।ଓଡ଼ଗାଁ ବିଡ଼ିଓ ପ୍ରୀତିବାଳା ରଣା ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
