
ପ୍ରଶାସନ ନୀରବଦ୍ରଷ୍ଟା ସାଧାରଣ ଜନତା ହନ୍ତସନ୍ତ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ବ୍ୟବସାୟିକ କେନ୍ଦ୍ର ହେଉଛି ଆସିକା ସହର। ଜନ ସଂଖ୍ୟା ଦିନକୁ ଦିନ ବଢୁ ଥିବା ବେଳେ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଯାନ ବାହାନ ସଂଖ୍ୟା ବି ବଢୁଛି। ଆସିକା ସହର ରେ କେବଳ ଦୁଇଟି ରାସ୍ତା ଦେଇ ସହ ସହ ଲୋକେ ଯାତାୟାତ କରନ୍ତି। ଆସିକା ହାଟପଦା ଦେଇ ଆସିକା ସିନେମା ହଲ ଅନ୍ୟଟି ଖମ୍ବେଶ୍ବରୀ ପାଟଣା ରାସ୍ତା ଦେଇ ବିନାୟକ ବଜାର, ଲକ୍ଷ୍ମୀ ବଜାର ଓ ବସଷ୍ଟାଣ୍ଡ କୁ ଯାତାୟାତ ହୁଏ। ଅଶୋକ ସିନେମା ହଲ ଠାରୁ କୁମ୍ଭାର ସାହି ଛକ ପର୍ଯ୍ୟନ୍ତ ଅଣ ଅସାରିଆ ରାସ୍ତା ଯୋଗୁଁ ରୀତିମତ ଟ୍ରାଫିକ ସମସ୍ୟା ଲାଗିରହେ। ଭାଗବତ ମଠ ଠାରୁ ଲକ୍ଷ୍ମୀବଜାର ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ଯୋଗୁଁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳେ। ଏହା ସାଙ୍ଗକୁ ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଦୁଇ ଗୁଣ ବଢିଯାଏ। ଚାରି ଚକିଆ ଯାନ କୋର୍ଟ ଓ ଏସ୍ଡ଼ିପିଓ ଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଉଭୟ ରାସ୍ତାରେ ଧାଡ଼ି ବାନ୍ଧି ରଖା ଯାଏ। ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ବଢୁଥିଲେ ମଧ୍ୟ ପ୍ରଶାସନ ନିଘୋଡ଼ ନିଦ୍ରା ରେ ରହିଥିବା ଯୋଗୁଁ ସାଧାରଣ ଜନତା ହନ୍ତସନ୍ତ ହେଉଥିବା ଜଣାପଡିଛି।
