ତାମିଲନାଡୁ ବିଜେପି ସାଧାରଣ ସମ୍ପାଦକ ଅମର ପ୍ରସାଦ ରେଡ୍ଡୀ ଛାଡିଲେ ପାର୍ଟି, ଆନ୍ନାମଲାଇଙ୍କ ସହ ସାମିଲ ହେବେ

add-all

ଚେନ୍ନାଇ: ତାମିଲନାଡୁ ବିଜେପିର ପୂର୍ବତନ ପ୍ରଦେଶ ସଭାପତି କେ. ଆନ୍ନାମଲାଇ ପାର୍ଟିର ଇସ୍ତଫା ଦେବାର ମାତ୍ର କିଛିଦିନ ପରେ ବୁଧବାର ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଅମର ପ୍ରସାଦ ରେଡ୍ଡୀ ମଧ୍ୟ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ନିଜ ନିଷ୍ପତ୍ତି ଘୋଷଣା କରି ଅମର ପ୍ରସାଦ ଉଲ୍ଲେଖ କରିଛନ୍ତି ଯେ ସେ ଆନ୍ନାମଲାଇଙ୍କ ଭବିଷ୍ୟତର ରାଜନୈତିକ ଯାତ୍ରାରେ ସାମିଲ ହେବାକୁ ଯାଉଛନ୍ତି। ସେ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ ‘ମୁଁ ବିଜେପିରୁ ଇସ୍ତଫା ଦେଇଦେଇଛି ଓ ଖୁବ୍ ଶୀଘ୍ର ଆନ୍ନାମଲାଇଙ୍କ ସହ ସାମିଲ ହେବି’।

ତାମିଲନାଡୁ ବିଜେପିରେ ଇସ୍ତଫାର ଲହର
ଆନ୍ନାମଲାଇଙ୍କ ଇସ୍ତଫାର କିଛି ଘଣ୍ଟା ମଧ୍ୟରେ ତାମିଲନାଡୁ ବିଜେପି ଉପସଭାପତି କଋ ନାଗରାଜନ ଓ ଅନ୍ୟ ୧୫ ପଦାଧିକାରୀ ମଧ୍ୟ ପାର୍ଟିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏଣୁ ଏହି ସଂକଟର ମୁକାବିଲା ନିମନ୍ତେ ତଥା କ୍ଷତିକୁ ରୋକିବାରେ ପାର୍ଟିର କ୍ଷମତା ଉପରେ ପ୍ରଶ୍ନ ଉଠିଛି। ଏହି ଇସ୍ତଫା ପର୍ବ ପାର୍ଟି ରାଜ୍ୟସଭାପତି ନୈନାର ନାଗେନ୍ଦ୍ରଙ୍କ ସେହି ଦାବି ପରେ ଆରମ୍ଭ ହୋଇଛି ଯେଉଁଥିରେ ସେ କହିଥିଲେ ଯେ ଆନ୍ନାମଲାଇ ପାର୍ଟି ଛାଡିଲେ ସଂଗଠନ ଉପରେ କୌଣସି ପ୍ରଭାବ ପଡିବ ନାହିଁ।

ପାର୍ଟିରେ ଆରମ୍ଭ ହୋଇଛି ପଳାୟନ
ଏହି ସବୁ ଇସ୍ତଫା ସେହି ଅଟକଳକୁ ପ୍ରମାଣିତ କରିଛି ଯେଉଁଥିରେ ବିଜେପିକୁ ତାମିଲନାଡୁରେ ବଡ଼ ଧରଣର ବିଦ୍ରୋହ ଓ ପଳାୟନର ସାମ୍ନା କରିବାକୁ ପଡିପାରେ ବୋଲି ଆକଳନ କରାଯାଇଥିଲା। ଏହାର ପ୍ରଭାବ ଖାସ କରି ସେହି କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ନେତାଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳୁଛି ଯେଉଁମାନେ ଆନ୍ନାମଲାଇଙ୍କୁ ପାର୍ଟିର ସବୁଠୁ ବଡ଼ ରାଜ୍ୟସ୍ତରୀୟ ସଦସ୍ୟ ମାନୁଥିଲେ। ଆନ୍ନାମଲାଇଙ୍କ ପ୍ରତି ଏପରି ବିଶ୍ୱସ୍ଥତାର ସଂକେତ ଦୀର୍ଘ ମାସ ପୂର୍ବରୁ ଦେଖିବାକୁ ମିଳିଥିଲା। ଯେତେବେଳେ ତାଙ୍କ ଜନ୍ମଦିନ ସମାରୋହ ପୂର୍ବରୁ ପୁରା ଚେନ୍ନାଇ ଆମର ନେତା ଆସନ୍ତୁ ଓ ଆମର ନେତୃ୍ତ୍ୱ ନିଅନ୍ତୁ ଶୀର୍ଷକ ପୋଷ୍ଟରରେ ଛାଇ ଯାଇଥିଲା।

ad-week
Leave A Reply

Your email address will not be published.