
ପଦ୍ମପୁର : ଜେଲରେ କଏଦୀଙ୍କ ଧାରଣା । ପଦ୍ମପୁର ଉପକାରାଗାରରେ ଉନ୍ନତ ଖାଦ୍ୟ ଓ ମୌଳିକ ସୁବିଧା ଦାବି ନେଇ ପ୍ରାୟ ୧୦୦ ଜଣ କଏଦୀ ଆମରଣ ଅନଶନରେ ବସିଛନ୍ତି । ଜେଲ ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ପଦ୍ମପୁର ଉପକାରାଗାରରେ ମୋଟ ୧୩୧ ଜଣ କଏଦୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ବିଚାରାଧୀନ କଏଦୀ ହୋଇଥିବା ବେଳେ ଅନ୍ୟମାନେ ବିଭିନ୍ନ ମାମଲାରେ ସଜା କାଟୁଛନ୍ତି ।
ଜେଲରେ ତାଙ୍କ ପ୍ରତି ଭଲ ବ୍ୟବହାର ହେଉନଥିବା ଅଭିଯାଗ ହୋଇଛି । ବହୁ ଦିନ ହେବ କଏଦୀମାନେ ଉନ୍ନତମାନର ଖାଦ୍ୟ, ପରିବାର ସଦସ୍ୟଙ୍କ ସହ ଅଧିକ ସମୟ ଭେଟିବା ଆଦି ଦାବି କରି ଆସୁଥିଲେ । ଦାବିଗୁଡ଼ିକ ପୂରଣ ନ ହେବାରୁ ଗତକାଲି ସକାଳୁ ସେମାନେ ଆମରଣ ଅନଶନ କରିଥିଲେ । ଜେଲ କର୍ତ୍ତୃପକ୍ଷ କଏଦୀଙ୍କ ସହ ଆଲୋଚନା କରି ବୁଝାସୁଝା କରିଛନ୍ତି । ଘଟଣାଟି ପଦ୍ମପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟଛି । କାରାଗାରର ପରିଚାଳନା ଓ କଏଦୀଙ୍କ ସୁବିଧା-ଅସୁବିଧା ନେଇ ପ୍ରଶ୍ନ ଉଠିଛି ।
