ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ

add-all

ହିନ୍ଦୋଳ : ବିଦ୍ୟୁତ ଆଘାତରେ ଦୁଇ ଯାଆ ମୃତ l ମୃତକ ହିନ୍ଦୋଳ ବ୍ଲକ ବାଲିମି ଥାନା ରଞ୍ଜାଗୋଳ ଗ୍ରାମର ମନୀଷା ଦେହୁରୀ ଏବଂ ରଞ୍ଜୁ ଦେହୁରୀ  l ଉଭୟେ ଭୋର ସମୟରେ ବାଡ଼ି ପଟକୁ ଯିବା ସମୟରେ ତଳେ ପଡ଼ିଥିବା ବିଦ୍ୟୁତ ତାର ଲାଗି ଯାଇ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ଗତ ରାତିରେ କାଳବୈଶାଖୀ ରେ ବିଦ୍ୟୁତ ତାର ଛିଣ୍ଡି ପଡିଥିଲା l ଫଳରେ ଏହି ଅଘଟଣ ଘଟିଥିଲା l

ସୂଚାନୁଯାୟୀ, ରଞ୍ଜାଗୋଳ ଗାଁରେ ବିଦ୍ୟୁତ ଆଘାତରେ ୨ ଯାଆ ମୃତ l ଗତ ରାତିରେ ହୋଇଥିବା କାଳବୈଶାଖୀରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା l ପ୍ରଥମେ ବିଦ୍ୟୁତ ତାରରେ ଲାଗିଯାଇଥିଲେ ବଡ଼ ଯାଆ l ବଡ଼ ଯାଆଙ୍କୁ ବଞ୍ଚାଇବାକୁ ଯାଇ ସାନ ଯାଆ ମଧ୍ୟ ତାରରେ ଲାଗିଯାଇଥିଲେ l ସେମାନଙ୍କୁ ଗୁରୁତର ଅବସ୍ଥାରେ ହିନ୍ଦୋଳ ହସ୍ପିଟାଲକୁ ନିଆଯାଇଥିଲା l କିନ୍ତୁ ଡାକ୍ତର ୨ ଯାଆ ମୃତ ଘୋଷଣା କରିଛନ୍ତି l

ad-week
Leave A Reply

Your email address will not be published.