
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ଭୀମପୁରରେ ହତ୍ୟାକାଣ୍ଡ । ଯୁବକଙ୍କୁ ହତ୍ୟା କରି ଭୀମପୁର କେନାଲ ପଠାରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ମୃତ ଯୁବକ ପାହାଳ ଥାନା ଅନନ୍ତପୁର ଗାଁର ପ୍ରଭାତ ବେହେରା । ପ୍ରଭାତଙ୍କ ମୁଣ୍ଡ ଓ ମୁହଁରେ ଏକାଧିକ ଜାଗାରେ ଗଭୀର କ୍ଷତ ଚିହ୍ନ ରହିଛି । ସେ ଜଣେ ଟ୍ରକ ଓ ହାଇଓ୍ବା ଗାଡି ମାଲିକଙ୍କ ପାଖରେ କାମ କରନ୍ତି । ମୃତଦେହ ମିଳିଥିବା ସ୍ଥାନରୁ ଏକ ଗାଡି ମିଳିଛି । ସକାଳୁ ସକାଳୁ ମୃତଦେହ ଦେଖି ପୋଲିସ୍କୁ ସୂଚନା ଦେଇଥିଲେ ସ୍ଥାନୀୟ ଲୋକ । କେହି ହତ୍ୟା କରି ପକାଇଥିବା ସନ୍ଦେହ କରାଯାଉଛି । ତେବେ ଭିଯୁକ୍ତକୁ ଗିରଫ ଦାବିରେ ପରିବାର ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ପୁଅକୁ ବାଡ଼େଇ ବାଡ଼େଇ ମାରିଦେଇଥିବା ଅଭିଯୋଗ ଆଣିଲେ ମୃତ ଯୁବକଙ୍କ ମାଆ ।
ସୂଚନା ଅନୁସାରେ ଗତ କିଛି ଦିନ ତଳେ ରାଜଧାନୀର କାରଗିଲ୍ ବସ୍ତିରେ ସାମାନ୍ୟ ବଚସାରୁ ବୁଲିଥିଲା ଖଣ୍ଡା । ଏହା ଉଗ୍ର ରୂପ ନେଇଥିବାରୁ ୨ ଗୁରୁତର ଆହତ ହୋଇଥିଲେ । ସେଥିରୁ ଜଗନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କୌଣସି କାରଣକୁ ନେଇ ଜଗନ ଓ ଅଭିଯୁକ୍ତଙ୍କ ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ପରେ ଏହା ମାରପିଟର ରୂପ ନେବା ସହ ଅଭିଯୁକ୍ତ ଜଣକ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।
