ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

add-all

ମାଲକାନଗିରି : ଡାକ୍ତରଙ୍କ ଚିକିତ୍ସା ଅଭାବରୁ ରୋଗୀ ମୃତ୍ୟୁ ଅଭିଯୋଗ । ପ୍ରତିବାଦରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ୮ମାସର ପ୍ରସୂତୀଙ୍କ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି ଲୋକ । ମୃତ ମହିଳା ହେଲେ ବନ୍ଦନା ମଣ୍ଡଳ ।

ଗତକାଲି ରାତିରେ ତାଙ୍କୁ ସାପ କାମୁଡିଥିବା ସନ୍ଦେହରେ ପରିବାର ଲୋକ ସଦର ଚିକିତ୍ସାଳୟକୁ ନେଇଥିଲେ । ଏପରିକି ସାପଟିକୁ ମାରି ମେଡିକାଲ ଆଣିଥିଲେ ପରିବାର। ହେଲେ ହସ୍ପିଟାଲରେ ତାଙ୍କୁ ସଠିକ୍ ଚିକିତ୍ସା ମିଳିଥିଲା । ସକାଳେ ଘରକୁ ଫେରିବା ପରେ ପୁଣି ଅସୁସ୍ଥ ହୋଇପଡିଥିଲେ । ପରେ ପୁଣି ମେଡିକାଲ ନେଇଥିଲେ ମଧ୍ୟ ତଙ୍କର ମୃତ୍ୟୁ ହୋଇଥିଲା । ରୋଗୀ ସୁସ୍ଥ ହୋଇନଥିଲେ ମଧ୍ୟ ଡାକ୍ତର ଡିସଚାର୍ଜ କରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର । ସେପଟେ ଚିକିତ୍ସାରେ କୌଣସି ଅବହେଳା କରାଯାଇନଥିବା କହିଛନ୍ତି ଡାକ୍ତର । ଏହାକୁ ନେଇ ପରିବାର ଲୋକ ଉତ୍‌କ୍ଷିପ୍ତ ହୋଇ ମେଡିକାଲ୍‌ରେ ହଙ୍ଗାମା କରିଛନ୍ତି । ମୃତକଙ୍କ ସମ୍ପର୍କୀୟ ଡାକ୍ତର ଓ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଂଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଛି ।

ad-week
Leave A Reply

Your email address will not be published.