୨୦ ହଜାର ଟଙ୍କା ଲାଞ୍ଚ ନେଇ ଚାକିରିରୁ ବିଦା ହେଲେ ASI

add-all

ଭୁବନେଶ୍ୱର : ଚାକିରିରୁ ବିଦା ହେଲେ ASI । ଏଏସଆଇ ରାଜେଶ କୁଲୁଙ୍କୁ ନିଲମ୍ବିତ କଲା କମିଶନରେଟ୍ ପୋଲିସ୍ । ତାଙ୍କ ବିରୋଧରେ ସର୍ଭିସ୍ ରୁଲ ଅନୁସାରେ ବିଭାଗୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଗତକାଲି ମୋବାଇଲ୍ ଫେରାଇବା ପାଇଁ ୨୦ ହଜାର ଟଙ୍କା ନେବା ବେଳେ ମଞ୍ଚେଶ୍ବର ଥାନାରେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ । ତାଙ୍କ ସହ ଧରା ପଡ଼ିଥିବା ହୋମଗାର୍ଡ ଜ୍ୟୋତି ରଞ୍ଜନ ବେହେରାଙ୍କ ସହ ଏହି ଘଟଣାରୁ ଖସିଯାଇଥିବା ସରଫରାଜ ଖାନଙ୍କୁ ମଧ୍ୟ ଏକ ମାସ ମଧ୍ୟରେ ଚାକିରି ଛାଡିବା ପାଇଁ ନୋଟିସ ଦିଆଯାଇଛି।

ଜଣେ ପୂର୍ବରୁ ଗିରଫ ଅଭିଯୁକ୍ତର ସିଜ୍ ହୋଇଥିବା ମୋବାଇଲ୍ କୁ ଥାନାରୁ ମୁକୁଳେଇବା ପାଇଁ ପଚାଶ ହଜାର ଟଙ୍କା ଦାବି କରିଥିଲେ ଏଏସଆଇ ରାଜେଶ । ପୂର୍ବରୁ ୩୦ ହଜାର ଟଙ୍କା ସହ ଗତକାଲି ୨୦ ହଜାର ଟଙ୍କା ନେବା ବେଳେ ମଞ୍ଚେଶ୍ବର ଥାନାରୁ ଧରାପଡି ଥିଲେ ଦୁଇ ଜଣ। ଜଣେ ASI ରାଜେଶ କୁଲୁ ଓ ଅନ୍ୟ ଜଣେ ହୋମଗାର୍ଡ ଜ୍ୟୋତି ରଞ୍ଜନ ଭୋଇ ।

ad-week
Leave A Reply

Your email address will not be published.