ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ, ପୁରୀ ଜିଲ୍ଲାରେ ୨୨ରେ ଖୋଲିବ ସମସ୍ତ ସ୍କୁଲ

ଭୁବନେଶ୍ୱର : ଜୁନ ମାସରେ ବି କମିନି ତାତି । ସଭିଏଁ ଗରମରେ ହନ୍ତସନ୍ତ । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଆସନ୍ତାକାଲିଠୁ ସକାଳୁଆ ସ୍କୁଲ ଘୋଷଣା କରିଛନ୍ତି ସରକାର । ୧୯ ତାରିଖରୁ ୨୫ ତାରିଖ ଯାଏଁ ହେବ ସକାଳୁଆ ସ୍କୁଲ । ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ ।
ପୂବରୁ ୬ ଟି ଜିଲ୍ଲାରେ ଗରମ ଯୋଗୁ ଖରା ଛୁଟି ବୃଦ୍ଧି ଘୋଷଣା କରାଯାଇଥିଲା । ହେଲେ ଖରାକୁ ଦୃଷ୍ଟିରେ ରଖି ପୁରୀରେ ୨୨ ତାରିଖ ଯାଏ ସ୍କୁଲ ଛୁଟି ଅବଧି ବୃଦ୍ଧି କରିଛନ୍ତି ସରକାର । ପୁରୀ ଜିଲ୍ଲାରେ ସମସ୍ତ ସ୍କୁଲ ଆସନ୍ତା ୨୨ ତାରିଖ ଯାଏ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଛୁଟି ଅବଧି ବୃଦ୍ଧି କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।
