
ନୟାଗଡ଼,୧୮/୦୬(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ପଞ୍ଚାୟତ ଅନ୍ତର୍ଗତ ରମାବିଲ ଗ୍ରାମରେ ରମାବିଲ ତୃତୀୟ ପ୍ରୀମୀୟର ଲିଗ ମ୍ୟାଚରେ ରୋହନ ୱାରିୟର ଚମ୍ପିୟାନ ହୋଇଯାଇଛି । ବନ ଦୁର୍ଗା କ୍ରିକେଟ କ୍ଲବ ରମାବିଲ ପକ୍ଷରୁ ଆୟୋଜିତ ତୃତୀୟ ପ୍ରୀମୀୟର ଲିଗ ଫାଇନାଲ ମ୍ୟାଚରେ ରୋହନ ୱାରିୟର ଓ ସିପୁ ୱାରୀୟର ମଧ୍ୟରେ ଗୁରୁବାର ଦିନ ଅପରାହ୍ନ ସମୟରେ ଅନୁଷ୍ଠିତ ହୋଇ ଥିଲା। ଏହି ମ୍ୟାଚରେ ରୋହନ ୱାରିୟର ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତି ନେଇ ଥିଲେ। ପ୍ରଥମେ ବ୍ୟାଟିଙ୍ଗ କରି ରୋହନ ୱାରିୟର ୧୨ ଓଭର ବିଶିଷ୍ଟ ମ୍ୟାଚରେ ୯ ୱିକେଟ୍ ହରାଇ ୮୬ ରନ ସଂଗ୍ରହ କରିଥିଲେ । ୮୭ ରନର ଲକ୍ଷ୍ୟ ବିପକ୍ଷ ଟିମକୁ ଦେଇ ଥିଲେ । ୮୭ ରନର ଲକ୍ଷ୍ୟକୁ ପିଛା କରି ମହାକାଳ ୱାରୀୟର ୧୦ ୱିକେଟ ହରାଇ ମାତ୍ର ୫୮ ରନ ସଂଗ୍ରହ କରି ପାରି ଥିଲେ । ଫଳରେ ୨୮ ରନରେ ରୋହନ ୱାରିୟର ବିଜୟୀ ହୋଇଛି। ଏହି ମ୍ୟାଚରେ ସ୍ଥାନୀୟ ଅଞ୍ଚଳର ଦୁଇ ଦକ୍ଷ ଆମ୍ପେୟାର ତୁଷାର କାନ୍ତ ସାହୁ ,ସନ୍ତୋଷ କୁମାର ପରିଡ଼ା ମ୍ୟାଚକୁ ସୁପରିଚାଳନା କରିଥିଲେ । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବରେ ଫେଣ୍ଡସ ସ୍ପୋର୍ଟସ କ୍ଲବର ସଭାପତି ତଥା ସମାଜ ସେବୀ ପୂର୍ଣ୍ଣ ଚନ୍ଦ୍ର ନାୟକ,ସମ୍ମାନିତ ଅତିଥି ଭାବରେ ସଚ୍ଚିକାନ୍ତ ଷଡ଼ଙ୍ଗୀ ଓ ସୁଜିତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ହୋଇ ଥିବା ତପୁଙ୍କୁ ଅତିଥି ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ରନରସପ ଟିମକୁ ୯୦୦୦ ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରା ଯାଇ ଥିବା ବେଳେ ଚମ୍ପିୟାନ ଟିମକୁ ୧୨୦୦୦ ପୁରସ୍କାର ରାଶି ଓ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ।
