ଗଭୀର ଅବପାତ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପଦକ୍ଷେପ : ୧୧୯୩ଜଣ ସୁରକ୍ଷିତ ସ୍ଥାନାନ୍ତରିତ, କୂଳରେ ୧,୫୯୧ ମତ୍ସ୍ୟଜୀବୀ ଡଙ୍ଗା

୩୦୬ଗର୍ଭବତୀ ମହିଳା ସ୍ଥାନାନ୍ତରିତ, ୧୩୫ ଜଣଙ୍କ ସଫଳ ପ୍ରସବ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ଜରୁରୀ ସେବା ସୁନିଶ୍ଚିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି।

ଆଜି ରାତ୍ର ୮ସୁଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଏବଂ ସହରାଞ୍ଚଳ ରୁ ୧୧୯୩ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୪୧୬ଜଣ ପୁରୁଷ, ୫୨୮ ଜଣ ମହିଳା ଓ ୨୫୦ ଜଣ ଶିଶୁ ଅଛନ୍ତି।

ଗର୍ଭବତୀ ମହିଳାଙ୍କ ସୁରକ୍ଷିତ ପ୍ରସବ ଓ ଆବଶ୍ୟକ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ବିଭାଗୀୟ ସୂଚନା ଅନୁଯାୟୀ,
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ରାତ୍ର ୮ ଟା ସୁଦ୍ଧା ୩୦୬ଜଣ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣ ୨୧ଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନାନ୍ତରିତ ମହିଳାଙ୍କ ମଧ୍ୟରୁ ୧୩୫ ଜଣଙ୍କ ପ୍ରସବ ହୋଇଥିବାବେଳେ ସମସ୍ତ୧୩୫ ଟି ଶିଶୁ ଜୀବିତ ଜନ୍ମ ନେଇଛନ୍ତି। ଏପର୍ଯ୍ୟନ୍ତ କୌଣସି ମୃତ ଶିଶୁ ଜନ୍ମ ରିପୋର୍ଟ ହୋଇନାହିଁ।
ମତ୍ସ୍ୟ ବିଭାଗର ସୂଚନା ଅନୁଯାୟୀ, ଛତ୍ରପୁର, ଗଞ୍ଜାମ, ରଙ୍ଗେଇଲୁଣ୍ଡା ଓ ଚିକିଟି ବ୍ଲକ୍‌ ଅଧୀନ ବିଭିନ୍ନ ମତ୍ସ୍ୟ ଅବତରଣ କେନ୍ଦ୍ରରେ ୧,୫୯୧ଟି ଡଙ୍ଗା ସୁରକ୍ଷିତ ଭାବେ କୂଳରେ ରହିଛି। ସେଥିମଧ୍ୟରୁ ୧,୪୨୨ଟି ମୋଟରଚାଳିତ ଓ ୧୬୯ଟି ଅଣମୋଟରଚାଳିତ ଡଙ୍ଗା। ବର୍ତ୍ତମାନ ସମୁଦ୍ରରେ କୌଣସି ମତ୍ସ୍ୟଜୀବୀ ଡଙ୍ଗା ନଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି।

ad-week
Leave A Reply

Your email address will not be published.