+୩ ସିଟ୍ ସଂଖ୍ୟା ବଢାଇଲା ଉଚ୍ଚଶିକ୍ଷା ବିଭାଗ

add-all

ଭୁବନେଶ୍ବର: ଯୁକ୍ତ ୩ (UG) ସିଟ୍ ବୃଦ୍ଧି କଲା ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ବିଭିନ୍ନ କଲେଜରେ ମୋଟ ୧୦ ହଜାର ୩୭୨ ଅତିରିକ୍ତ ସିଟ ବୃଦ୍ଧି କରାଯାଇଛି । ଷ୍ଟେଟ୍ ପବ୍ଲିକ ୟୁନିଭର୍ସିଟିଗୁଡ଼ିକରେ ୧୨୧୬ ସିଟ ବଢ଼ାଯାଇଥିବା ବିଭାଗ ପକ୍ଷରୁ ସୂଚନା ରହିଛି ।

ତେବେ ଯୁକ୍ତ ୩ ନାମଲେଖା ପାଇଁ ଅଧିକ ଆବେଦନ ଆସିଥିବାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହି ସିଟ୍ ବୃଦ୍ଧି ହେବା ଫଳରେ ଅଧିକ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାରେ ଭର୍ତ୍ତି ସୁଯୋଗ ମିଳିବ ବୋଲି ଆଶା କରାଯାଉଛି ।

ସରକାରୀ କଲେଜଗୁଡ଼ିକରେ ସର୍ବାଧିକ ୪୬୮୪ ସିଟ ବୃଦ୍ଧି କରାଯାଇଥିବା ବେଳେ ୪୮୮ ବର୍ଗ (ଡିଗ୍ରୀ) କଲେଜରେ ୩୪୧୬ ସିଟ ବଢ଼ିଛି । ଏହାସହ ୬୬୨ ବର୍ଗ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ଅତିରିକ୍ତ ୧ ହଜାର ୫୬ ସିଟ ଯୋଗ କରାଯାଇଛି ।

ad-week
Leave A Reply

Your email address will not be published.