ଆମ୍ବୁଲାନ୍ସରୁ ଅକ୍ସିଜେନ ସରିଯିବାରୁ ବାଟରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ, ମେଡିକାଲ ଆଗରେ ଉତ୍ତେଜନା

ଅନୁଗୁଳ: ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ରୋଗୀଙ୍କୁ କଟକ ସ୍ଥାନାନ୍ତର ବେଳେ ଅକ୍ସିଜେନ ସରିଯିବାରୁ ମୃତ୍ୟୁ ଅଭିଯୋଗ ହୋଇଛି । କ୍ଷତିପୂରଣ ଦାବିରେ ମେଡିକାଲ ସାମ୍ନାରେ ପରିବାରଲୋକ ଉତ୍ତେଜନା କରିଛନ୍ତି । ଅନୁଗୁଳର ଏକ ଘରୋଇ ହସ୍ପିଟାଲର ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ବନ୍ତଳା ଥାନା କଞ୍ଜା ଗାଁର ଭ୍ରମର ନାଏକ।

ଗତ ରବିବାର ଦିନ ପେଟ ଯନ୍ତ୍ରଣା ହେବାରୁ ଅନୁଗୁଳର ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ହସ୍ପିଟାଲ୍ କର୍ତ୍ତୃପକ୍ଷ କଟକ ବଡ଼ ମେଡିକାଲ୍ କୁ ସ୍ଥାନାନ୍ତର ପରାମର୍ଶ ସହ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ । ଆମ୍ବୁଲାନ୍ସ ଢେଙ୍କାନାଳରେ ପହଞ୍ଚିବା ବେଳେ ଅକ୍ସିଜେନ୍ ସରିଯାଇଥିଲା । ଆଉ ଭ୍ରମର ନାଏକଙ୍କ ମୃତ୍ୟୁ ଘଟିଥିଲା । ପରିବାର ଲୋକ ମୃତଦେହକୁ ଫେରାଇ ଆଣି ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ମେଡିକାଲ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । କଂଗ୍ରେସ କର୍ମୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ କରିଥିଲେ । ସେପଟେ ହସ୍ପିଟାଲ୍ କିମ୍ବା ପ୍ରଶାସନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ad-week
Leave A Reply

Your email address will not be published.