
ବୌଦ୍ଧ: ବୌଦ୍ଧ SIR କାର୍ଯ୍ୟଭାର ସହି ନପାରି ଜୀବନ ହାରିଲେଜୀବନ BLO । ଚାପଗ୍ରସ୍ତ ହୋଇ ବିଷ ପାନ କରି ଜୀବନ ହାରିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତକ ଡ଼ିମିରିଖୋଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୟନ ସାହୁ ।
ସୂଚନା ଅନୁଯାୟୀ, ଗୋଛାପଡା ଗାଁର ସୟନ ଗୁନ୍ଦୁଲିଆ କ୍ଳଷ୍ଟର ଡ଼ିମିରଖୋଲ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ । SIR କାର୍ଯ୍ୟରେ ବିଏଲଓ ଭାବରେ ନିଯୁକ୍ତି ହୋଇଥିଲେ ସୟନ l ଠିକ ଭାବେ ଦାୟିତ୍ୱ ନିର୍ବାହ କରୁନଥିବାରୁ ତାଙ୍କୁ ଉପରିସ୍ଥ ଅଧିକାରୀ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ଦାୟିତ୍ୱରେ ଅବହେଳା ପାଇଁ ତାଙ୍କୁ ସସପେଣ୍ଡ ମଧ୍ୟ କରାଯିବ ବୋଲି ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି ।
ଦୁଇଦିନ ତଳେ SIR କାର୍ଯ୍ୟରେ ଅବହେଳା ପାଇଁ ବୌଦ୍ଧ ଜିଲ୍ଲାପାଳ ଦୁଇ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରିଥିଲେ। ଏହି କଥା ଭାବି ବିଏଲଓ ଗତକାଲି ବିଷ ପାନ କରିଦେଇ ଜୀବନ ହାରିଦେଇଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ଗୁରୁତର ସୟନଙ୍କୁ ପ୍ରଥମେ ବାଉଁଶୁଣି ଓ ପରେ ସୋନପୁର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଯେଉଁ ଅଧିକାରୀଙ୍କ ଯୋଗୁଁ ତାଙ୍କ ବାପା ଚାପଗ୍ରସ୍ତ ହୋଇ ଜୀବନ ହାରିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପୁଅ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ବୌଦ୍ଧ ଉପ ଜିଲ୍ଲାପାଳଙ୍କୁ ପଚାରିବାରୁ କଣ ପାଇଁ ସେ ଆତ୍ମହତ୍ୟା କରିଛନ୍ତି ତାହା ମୁଁ କହିପାରିବି ନାହିଁ । କିନ୍ତୁ SIR କାମ ଠିକ ରୂପେ କରିନ ଥିବା କଥା ସ୍ୱୀକାର କରିଛନ୍ତି ଉପଜିଲ୍ଲାପାଳ ।
