NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ସ୍ୱଚ୍ଛ ଓ ନକଲ-ମୁକ୍ତ ପରୀକ୍ଷା ପାଇଁ NTAର ଗାଇଡ୍ ଲାଇନ୍

add-all

ନୂଆଦିଲ୍ଲୀ : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍ ଭେରିଫିକେସନ୍ । ୨୧ ତାରିଖରେ ହେବାକୁ ଥିବା NEET-UG ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜରୁରୀ ଗାଇଡ୍ ଲାଇନ୍ ଜାରି କରିଛି । ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସମସ୍ତ ପରୀକ୍ଷାର୍ଥୀଙ୍କ ପାଇଁ ବାୟୋମେଟ୍ରିକ୍ ଯାଞ୍ଚ ବା ଫିଙ୍ଗରପ୍ରିଣ୍ଟ କିମ୍ବା ଫେସିଆଲ୍ ରେକୋଗ୍ନିସନ୍ ବାଧ୍ୟତାମୂଳକ କରାଯାଇଛି । ପରୀକ୍ଷାର ଗାରିମା ରକ୍ଷା କରିବା ଏବଂ କୌଣସି ପ୍ରକାରର ଅସାଧୁ ଉପାୟକୁ ରୋକିବା ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି । ପରୀକ୍ଷା କେନ୍ଦ୍ରରେ ଚେକିଙ୍ଗ୍ ପ୍ରକ୍ରିୟା ଶେଷ ହେବା ପରେ ଏବଂ ପରୀକ୍ଷା ହଲ୍ ରେ ପ୍ରବେଶ କରିବା ପୂର୍ବରୁ ବାୟୋମେଟ୍ରିକ୍ ମାଧ୍ୟମରେ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ପରିଚୟ ଯାଞ୍ଚ କରାଯିବ ।

ଯଦି କୌଣସି ପରୀକ୍ଷାର୍ଥୀଙ୍କର ବାୟୋମେଟ୍ରିକ୍ ଡାଟା ମ୍ୟାଚ୍ ନହୁଏ, ମେସିନ୍ ଖରାପ ଥାଏ, UIDAI କନେକ୍ଟିଭିଟି ସମସ୍ୟା ଦେଖାଦିଏ କିମ୍ବା କୌଣସି ଶାରୀରିକ ଅକ୍ଷମତା ଥାଏ, ତେବେ ସେମାନଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯିବ ନାହିଁ । ଏଭଳି କ୍ଷେତ୍ରରେ ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରରେ ଏକ ଅଣ୍ଡରଟେକିଂ ଦେବାକୁ ପଡ଼ିବ । ସାଧାରଣ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ସମୟ ଦି ୨ ଟାରୁ ରୁ ଅପରାହ୍ନ ୫ ଟା୧୫ ପର୍ଯ୍ୟନ୍ତ ରହିବ । ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ଏହି ସମୟ ସନ୍ଧ୍ୟା ୬ ଟା୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପରୀକ୍ଷାର୍ଥୀମାନଙ୍କୁ କର୍ମଚାରୀଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କୁହାଯାଇଛି । ବିନା କୌଣସି ବୈଧ କାରଣରେ ଯାଞ୍ଚ ପ୍ରକ୍ରିୟାକୁ ମନା କଲେ ‘ପବ୍ଲିକ୍ ଏଗମିନେସନ୍ ଆକ୍ଟ, ୨୦୨୪’ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।କୌଣସି ପ୍ରକାରର ସନ୍ଦେହ କିମ୍ବା ସମସ୍ୟା ପାଇଁ ପରୀକ୍ଷାର୍ଥୀମାନେ NTA ହେଲ୍ପଡେସ୍କ ନମ୍ବର 011-40759000 / 011-69227700 କିମ୍ବା ଇମେଲ୍ [email protected] ମାଧ୍ୟମରେ ଯୋଗାଯୋଗ କରିପାରିବେ ।

ad-week
Leave A Reply

Your email address will not be published.