

ଲେଖା ଛିଡି଼ବା ପରେ କୋଟି କୋଟି ଟଙ୍କାର ଦୁର୍ନୀତି କୁ ଯୋଗାଣ ବିଭାଗ ଘୋଡାଉଛି ଘଣ୍ଟ …..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅନେକ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଧାନକଳ ଉପରେ ରାଜ୍ୟ ଯୋଗାଣ ବିଭାଗର ଲଗାତାର ଚଢ଼ାଉ ଜାରିରହିଛି। ଗଣମାଧ୍ୟମକୁ ଅନ୍ଧାର ରେ ରଖି ମିଲେର ମାନଙ୍କ ମିଲ ଉପରେ ଚଢ଼ାଉ କରିବା ପରେ ମୋଟା ଅଙ୍କ କାରବାର କରି ମିଲେର ମାନଙ୍କ ପ୍ରତି ଆଉ କାର୍ଯ୍ୟାନୁଷ୍ଠାନ ହେଉଥିବା ଚର୍ଚ୍ଚା ଏବେ ଜୋର ଧରିଛି।ପ୍ରକାଶ ଥାଉକି ଗତ ବୁଧବାର ଦିନ ଚାରମାଇଲ ଠାରେ ଏକ ମିଲ ଉପରେ ରାଜ୍ୟ ଯୋଗାଣ ବିଭାଗ ପକ୍ଷରୁ ଚଢ଼ାଉ କରି ହେରଫେର ହୋଇଥିବା କାଗଜ ପତ୍ର ଜବତ ପରେ ସାଇଲେନ୍ସ ପ୍ଲିଜ ପରେ ଛାଡ଼ି ଦେଇଥିବା ଆଲୋଚନା ହେଉଛି। ଗତ କାଲି ଖାରିଆ -ହୁମୁକି ଠାରେ ଥିବା ଅନ୍ୟ ଏକ ମିଲ ଉପରେ ଚଢ଼ାଉ ହୋଇଥିଲା।ଯୋଗାଣ ବିଭାଗ ପକ୍ଷରୁ ରୀତିମତ ଚଢ଼ାଉ ହେଉଛି କିନ୍ତୁ ତଥ୍ୟ ନାହିଁ । ମିଲେରେ ହୋଇଥିବା ଦୁର୍ନୀତି ସମ୍ପର୍କ ରେ କୌଣସି ତଥ୍ୟ ମିଡ଼ିଆ କୁ ଦିଆଯାଉନାହିଁ। ଆସିକା ବ୍ଲକ ଅଞ୍ଚଳରେ ଅଧିକାଂଶ ମିଲରେ କୋଟି କୋଟି ଟଙ୍କା ର ଦୁର୍ନୀତି ହୋଇଛି ବୋଲି ସୂଚନା ଆସୁଛି । ପ୍ରଶାସନ ଘଣ୍ଟ ଘୋଡାଇ ମୁଠା ମୁଠା ଟଙ୍କା ଅର୍ଜନ କରୁଥିବା ଏବେ ଚର୍ଚ୍ଚା ହେଉଛି।ଚଢ଼ାଉ

ହେଉଥିବା ମିଲର ମାନଙ୍କ ଠାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ଲେଖା ଛିଡା ଯାଉଥିବା ଆଲୋଚନା ହେଉଛି। ଏପଟେ ଚଢ଼ାଉ ରେ ସାମିଲ ହେଉଥିବା ବାବୁ ମାନଙ୍କୁ ପଚାରିଲେ ସବୁ ଠିକଠାକ ଥିବାର ସଫେଇ ଦେଉଥିବା ଜଣାପଡିଛି। ଏହି ଚଢ଼ାଉ ଧର୍ମକୁ ଆଖି ଠାର ସଦୃଶ୍ୟ ହୋଇଛି। ଜଣେ ମିଲ ମାଲିକ ଏପରି ଚଢ଼ାଉ ରେ ଭାଗିଦାର ଅଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଲାଣି l ତଳ ଦିନେ ଏହି ବ୍ୟକ୍ତି କୁ ପ୍ରଶାସନ ଅନ୍ୟ ଦୃଷ୍ଟି ରେ ଦେଖି ଆସୁଥିଲା କିନ୍ତୁ ବର୍ତ୍ତମାନ ଶାସକ ଦଳ ଏବଂ ପ୍ରଶାସନ ର ଗେଲ୍ଲୀ ପୁଅ l ସୂଚନା ଥାଉକି ଗଞ୍ଜାମ ଜିଲ୍ଲା ମିଲର ସଂଘ ର ନିର୍ବାଚନ କିଛି ମାସ ହେଲା ହୋଇ ସାରିଛି ଏବଂ ଏହି ନିର୍ବାଚନ ରେ ହାରିଥିବା ବ୍ୟକ୍ତି ବିଶେଷ ମାନେ ଏହି ଚଢ଼ାଉ ରେ ପ୍ରଶାସନ କୁ ସହଯୋଗ କରଥିବା କୁ ନେଇ ଚର୍ଚ୍ଚା ହେଉଛି l ପୁଣି ଚଢ଼ାଉ କରାଇ ଫି୍କ୍ସଙ୍ଗ କରିବା ରେ ସହଯୋଗ କରୁଥିବା ଖବର ବର୍ତ୍ତମାନ ଦାଣ୍ଡରୁ ଯାଇ ହାଟରେ ଗଡ଼ିଲାଣି l ମିଲ ମାନଙ୍କ ମାନ ଓ ପରିମାଣ ଯାଞ୍ଚ କେବଳ ଧର୍ମକୁ ଆଖି ଠାର ଏବଂ ଲୋକ ଦେଖାଣିଆ l ଚଢ଼ାଉ ନାମ ରେ ବଟି ଆଦାୟ ବୋଲି ଚର୍ଚ୍ଚା ହେଲାଣି l ତେଣୁ ରାଜ୍ୟ ଯୋଗାଣ ବିଭାଗ ଏବଂ ଯୋଗାଣ ମନ୍ତ୍ରୀ ଏଥି ପ୍ରତି ଯତ୍ନବାନ ହେବା ଜରୁରୀ ନଚେତ ସରକାର ବଦନାମ ହେବା ନିଶ୍ଚିତ l
